ଅଧିକା ଦରମାର ଚାକିରି ଛାଡି ୱେଟର, ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି ଚାଇନାର ଯୁବବର୍ଗ, କାରଣ…

ବେଜିଂ,୧୭।୬: ମୁଦ୍ରାସ୍ଫୀତି ବଢୁଥିବା ଯୁଗରେ, ଜଣେ ବ୍ୟକ୍ତି ଚାକିରି ଛାଡିବା ପୂର୍ବରୁ ଅନେକ ଥର ଚିନ୍ତା କରିବ, କିନ୍ତୁ ଚାଇନାର ଚାକିରି ଖୋଜୁଥିବା ବ୍ୟକ୍ତିମାନେ ସେମାନଙ୍କର ବୃତ୍ତିଗତ ଚାକିରି ଛାଡି ୱେଟର ଏବଂ ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି। ବିଜନେସ ଇନସାଇଡରର ଏକ ରିପୋର୍ଟରେ ଏହି ପ୍ରସଙ୍ଗକୁ ନେଇ ଏକ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଚାଇନାର ଯୁବକମାନେ ଅଧିକ ବେତନ ପ୍ରାପ୍ତ କରୁଥିବା ଚାକିରି ଛାଡି ୱେଟର, କ୍ଲିନର୍‌ କିମ୍ବା ଅନ୍ୟାନ୍ୟ ସ୍ବରୋଜଗାରର କାମକୁ ଆପଣୋଉଛନ୍ତି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭଲ ଚାକିରି ଛାଡି ଦେଶର ଯୁବକମାନେ ଅଦ୍ଭୁତ କାର୍ଯ୍ୟ କରି ଖୁସି ଅଛନ୍ତି। ସେମାନେ ନିଜ ଜୀବନରେ ଅଧିକ ସନ୍ତୁଷ୍ଟ ଅନୁଭବ କରୁଛନ୍ତି। ଏହା ସହିତ ଚାକିରି ଛାଡ଼ିବା ପରେ ତାଙ୍କର ଚାପ ମଧ୍ୟ ହ୍ରାସ ପାଇଛି ।

ଯେଉଁମାନେ ଚାକିରି ଛାଡିଛନ୍ତି ସେମାନେ ଚାଇନାର ଇନଷ୍ଟାଗ୍ରାମ ଅଲଟରନେଟ ଜିଆଙ୍ଗସୁରେ ‘ମାଇଁ ଫାଷ୍ଟା ଫିଜିକାଲ ଓ୍ବାର୍କ’ ହ୍ୟାସଟ୍ୟାଗ ସହିତ ପୋଷ୍ଟ ଶେୟାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷ ଧରି ଚାଇନାରେ ଏହି ଧାରା ଚାଲିଛି। ଏହି ହ୍ୟାସଟ୍ୟାଗକୁ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଭ୍ୟୁ ମିଳିଛି।

ତାଙ୍କ ଅଭିଜ୍ଞତା ବାଣ୍ଟି ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ରହୁଥିବା ଏବଂ ପୂର୍ବରୁ ବାଇଟ ଡାନ୍ସରେ କାର୍ଯ୍ୟ କରୁଥିବା ଜଣେ ମହିଳା କହିଛନ୍ତି ଯେ, ମୁଁ କେବଳ କହିପାରିବି ଯେ କମ୍ପାନୀ ଛାଡିବା ପରେ ମୁଁ ବହୁତ ଖୁସି ଅଟେ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି , ସେ ତାଙ୍କ ରେଷ୍ଟୁରାଣ୍ଟରେ ଦିନକୁ ପ୍ରାୟ ୧୧,୦୦୦ ଟଙ୍କା ରୋଜଗାର କରନ୍ତି। ସମଗ୍ର ଦେଶରେ ସମାନ ଧାରା ଦେଖାଯାଉଛି କାରଣ ବେକାରୀ ହାର ସାରା ଦେଶରେ ନୂଆ ରେକର୍ଡ ସୃଷ୍ଟି କରୁଛି।

Share