ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ ଅଧିକ ଡାଉନଲୋଡ କରିସାରିଲେଣି। କମ୍ପାନୀ ମୁତାବକ, ଏହି ଆପ୍‌କୁ ମାତ୍ର ଦଶ ଦିନ ମଧ୍ୟରେ ପ୍ରାୟ ଛଅ ଲକ୍ଷ ଲୋକ ଡାଉନଲୋଡ କରିଛନ୍ତି। ପ୍ଲେଷ୍ଟୋରରେ ଏହାର ରେଟିଂ ୫ରୁ ୪.୭ ରହିଛି। ନିକଟରେ ଟିକ୍‌ଟକ୍ରେ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ ମିତ୍ରୋଁ ଆପ ଗୁଗୁଲ ପ୍ଲେ ଷ୍ଟୋରରେ ଏକ କୋଟି ଡାଉନଲୋଡ ଟପିଥିଲା। ଟିକ୍‌ଟକ୍‌ ଭଳି ଚିଙ୍ଗାରୀ ଆପ୍‌ ମଧ୍ୟ ଏକ ସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ । ଗୁଗୁଲ ପ୍ଲେ ଷ୍ଟୋରରେ ପ୍ରଥମେ ଏହାକୁ ନଭେମ୍ବର ୨୦୧୮ରେ ଲଞ୍ଚ୍‌ କରାଯାଇଥିଲା। ଚିଙ୍ଗାରୀ ଆପ ଡାଉନଲୋଡ କରିବା ମାଗଣା। ଏହି ପ୍ଲାଟଫର୍ମରେ ଛୋଟ ଭିଡିଓ ଦେଖିବା କିମ୍ବା ଅପଲୋଡ କରିବା ପାଇଁ ଉପଭୋକ୍ତାମାନଙ୍କୁ ଅନୁମତି ମିଳିଥାଏ। ଏହି ଆପ ଇଂରାଜୀ, ଗୁଜରାଟୀ, ମରାଠୀ, କନ୍ନଡ, ପଞ୍ଜାବୀ, ଓଡ଼ିଆ, ହିନ୍ଦୀ, ବଙ୍ଗଳା, ମାଲାୟାଲମ, ତାମିଲ ଓ ତେଲୁଗୁ ସମେତ ଏକାଧିକ ଭାରତୀୟ ଭାଷାରେ ଉପଲବ୍ଧ ରହିଛି।

Share