Posted inଫୁରସତ

ମୃତ୍ୟୁ ମିତ୍ରର ଚିଠି

ପାଠକେ, ଜଗତରେ ଯଦି ସତ୍ୟ ବୋଲି କ’ଣ କିଛି ଥାଏ ତେବେ ତାହା ହେଉଛି ଦୁଇଟି-ଜନ୍ମ ଆଉ ମୃତ୍ୟୁ। ଆଉ ସବୁ ମିଛ ହୋଇପାରେ କିନ୍ତୁ ଜନ୍ମ ହେବାଟା ସତ୍ୟ ଏବଂ ମରିବାଟା ବି ସତ୍ୟ। ଯଦି ଜନ୍ମ ଅଛି ତେବେ ମରଣ ବି ଅଛି। ଏହି ଅକାଟ୍ୟ ନିୟମକୁ ଆଜି ପର୍ଯ୍ୟନ୍ତ କେହି ବି ଏଡ଼ାଇ ପାରି ନାହାନ୍ତି କିମ୍ବା ଭବିଷ୍ୟତରେ ପାରିବେ ନାହିଁ ମଧ୍ୟ। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଘଟିବାର ନଜିର ରହିଛି। ଯଥା-ହନୁମାନ, ବିଭୀଷଣ, କୃପ, ଅଶ୍ୱତ୍ଥମା, ବଳୀ, ବ୍ୟାସ ଏବଂ ପର୍ଶୁରାମ ଆଦି ୭ ଜଣ ଚିରଞ୍ଜିବୀ ବୋଲି ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ରହିଛି। ଏମାନେ ତ ଧରାଧାମରେ ଜନ୍ମ ନେଇଥିଲେ। କିନ୍ତୁ ସେମାନଙ୍କୁ ମୃତ୍ୟୁ ଆଜି ପର୍ଯ୍ୟନ୍ତ ବି ସ୍ପର୍ଶ କରିନି। ମର୍ତ୍ତ୍ୟମଣ୍ଡଳେ ଦେହ ବହି। ଦେବତା ହେଲେ ବି ମରଇ- ଶ୍ରୀମଦ ଭାଗବତର ଏ ନିୟମଟି ଉପରୋକ୍ତ ୭ ଜଣଙ୍କ ପାଇଁ ଲାଗୁ ହୋଇନି। ଅନେକଙ୍କ ମନ ମଧ୍ୟରେ ବହୁ ସମୟରେ ପ୍ରଶ୍ନ ଉଠେ ଯେ ରାମ, କୃଷ୍ଣ, ବୁଦ୍ଧଙ୍କ ପରି ମହାନ ଅବତାରୀମାନଙ୍କର ଜନ୍ମ ଆଉ ମୃତ୍ୟୁ ଥିବାବେଳେ ଏହି ୭ ଜଣଙ୍କର ମୃତ୍ୟୁ କାହିଁକି ନାହିଁ? ପାଠକେ, ଏହା ଏକ ବିରାଟ ପ୍ରଶ୍ନ। ଏହା ଆଜିର ଆଲୋଚନାର ବିଷୟବସ୍ତୁ ନୁହେଁ। ଏହା ବାବଦରେ ପରେ କେବେ ଆଲୋଚନା କରିବା।
ତେବେ ଯାହାହେଉ ପ୍ରତ୍ୟେକ ପ୍ରାଣୀଙ୍କର ମରଣ ଅବଶ୍ୟମ୍ଭାବୀ। ମରଣ ପ୍ରତି ସମସ୍ତଙ୍କର ଅହେତୁକ ଭୟ। ମରଣର ପଞ୍ଝାରୁ ବର୍ତ୍ତିବା ପାଇଁ ଏ ମଣିଷ କେତେ କ’ଣ ପୂଜାପାଠ, ଯୋଗ, ପ୍ରାଣାୟାମ, କେତେ ଡାକ୍ତର, କେତେ ଔଷଧର ଉପଯୋଗ କରେ। ଏତେ ଉପାୟର ଅବଲମ୍ବନ ପରେ ବି ମରଣ କିନ୍ତୁ ମଣିଷର ପିଛା କେବେ ଛାଡ଼ିନି କି ଛାଡିବାର ପ୍ରଶ୍ନ ବି ଉଠୁନି। କେବଳ ଏହି ସତ୍ୟ ଯୋଗୁ ମଣିଷର ମରଣ ପ୍ରତି ଭୟ ଟିକକ ଯାହା ରହିଛି।

କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ମୃତ୍ୟୁ ମଣିଷର ଶତ୍ରୁ ନୁହେଁ। ଅସଲ ମିତ୍ର ସେ। ମୃତ୍ୟୁ ପରି ମିତ୍ର ସଂସାରରେ ଆଉ କେହି ନାହାନ୍ତି। ଏହା ମଣିଷକୁ ଦୁଃଖ, ଜଞ୍ଜାଳ, ଅବସାଦ, ଯନ୍ତ୍ରଣା ଆଦିରୁ ମୁକ୍ତି ଦେଇଥାଏ। ଆଉ ଗୋଟିଏ ନୂତନ ଶରୀର ଏବଂ ନୂଆ ଜୀବନଟିଏ ଭେଟି ଦେଇଥାଏ ଏ ମଣିଷକୁ। ସେଥିପାଇଁ ମୃତ୍ୟୁକୁ ଏକ ଉତ୍ସବ ନୁହେଁ ବରଂ ଏକ ମହୋତ୍ସବ ଭାବେ ପାଳନ କରିବା ଦରକାର।

ଇୟେତ ଗଲା ଶରୀର ଛାଡ଼ିବା ପରର କଥା। ଶରୀରରେ ଥିବାବେଳେ ବି ମୃତ୍ୟୁ ମଣିଷକୁ ଜଣେ ମଣିଷ ଭଳି ଚଳିବା ପାଇଁ ସବୁ ସମୟରେ ଶିକ୍ଷା ଦେଇଥାଏ। ମଣିଷ କିନ୍ତୁ ତା’ର ଶିକ୍ଷାକୁ ମାନେ ନା। ଜନ୍ମ ହେଲାପରେ ଆମ୍ଭମାନଙ୍କୁ ଯେ ଦିନେ ମରିବାକୁ ହେବ-ଏ କଥାକୁ ଅନେଶତ ଭାଗ ଲୋକ ପାସୋରି ଯାଆନ୍ତି। ଫଳରେ ମଣିଷ ମନରେ ଲୋଭ, ହିଂସା, କାମ ଓ କ୍ରୋଧ ଗୁଡିକ ବସାବାନ୍ଧି ରହିବା ପାଇଁ ସୁବିଧା ପାଇଯାଆନ୍ତି। ଆଜିର ଜୀବନ କାଲିକୁ ନାହିଁ। ଏଇନେ ଅଛି। ପରକ୍ଷଣକୁ ଯେ ଥିବ-ଏହାର ଗ୍ୟାରେଣ୍ଟି ବି କିଛି ନାହିଁ। ଏହା ସତ୍ୟ। ଏହାକୁ ମଣିଷ ବି ଜାଣେ। ନିଜ ଆଖି ଆଗରେ ଉଦାହରଣ ବି ଦେଖେ। ତଥାପି ସେ ବେପରବାୟ। ଯେଉଁ ମଣିଷ ପ୍ରତି ମୁହୂର୍ତ୍ତରେ ସମ୍ମୁଖରେ ଜୀବନ ଏବଂ ପଶ୍ଚାତରେ ମୃତ୍ୟୁ ଅଛି ବୋଲି ଭାବି ବାଟ ଚାଲୁଥାଏ, ସେଇମାନେ ହିଁ ମାନବରୁ ମହାନ ହୋଇଯାଇପାରନ୍ତି। ଯେଉଁମାନେ ଏ ତତ୍ତ୍ୱକୁ ଭୁଲି ଯାଆନ୍ତି, ସେମାନେ ରାକ୍ଷସ ପାଲଟି ଯାଆନ୍ତି। ଗୋଟିଏ ବାକ୍ୟରେ କହିବାକୁ ଗଲେ ମୃତ୍ୟୁ ଚେତନା ହିଁ ମଣିଷକୁ ମହାପୁରୁଷରେ ପରିଣତ କରିଥାଏ।

ମୃତ୍ୟୁକୁ ଢେର ଭୟ କରୁଥିବା ଲୋକଟିଏ ଦିନେ ମୃତ୍ୟୁ ସହିତ ମିତ ବସିଲା। ମୃତ୍ୟୁକୁ କହିଲା-ବୁଝିଲ ମଇତ୍ରେ! ଆମେ ଦୁହେଁ ଆଜିଠୁ ସାଙ୍ଗ ହେଲେ। କିନ୍ତୁ ମୋର ଗୋଟିଏ ବିଶେଷ ଅନୁରୋଧ ରଖିବ। ମୃତ୍ୟୁ ମିତ କହିଲେ-କ’ଣ କହୁନ? କି ଅନୁରୋଧ?? ଲୋକଟି କହିଲା, ତୁମେ ତ ଦିନେ ନା ଦିନେ ମୋତେ ସଙ୍ଖୋଳିବାକୁ ଆସିବ। ହେଲେ ଆସିବା ପୂର୍ବରୁ ମୋତେ ଟିକେ ଜଣେଇ କି ଆସିବ, ଯାହାଫଳରେ ଅଧୁରା ଥିବା କାମକୁ ମୁଁ ଚଞ୍ଚଳ ସାରିପାରିବି। ମୃତ୍ୟୁ ମିତ କହିଲେ, ଏଇ କଥା। ମୁଁ ପ୍ରତିଜ୍ଞା କରି କହୁଛି ବନ୍ଧୁ, ମୁଁ ଯେତେବେଳେ ବି ତୁମ ପାଖକୁ ଆସିବି ଖବର ପଠେଇକି ଆସିବି।
ଇତିମଧ୍ୟରେ ବହୁ ବର୍ଷ ବିତିଗଲା।

ଦିନେ ସକାଳୁ ସକାଳୁ ମୃତ୍ୟୁ ମିତ ଲୋକଟି ପାଖରେ ଆସି ହଠାତ୍‌ ପହଞ୍ଚତ୍ଗଲେ। କହିଲେ-ମଇତ୍ର! ସୁପ୍ରଭାତ। ଆଜି ତୁମକୁ ସଙ୍ଖୋଳିବାକୁ ଆସିଛି। ସଂସାରରୁ ଆଜିଠୁ ତୁମର ଛୁଟି। ଲୋକଟି ମୃତ୍ୟୁ ମିତ୍ରର ଏପରି ଧୋକାବାଜି ଦେଖି ରାଗିଯାଇ କହିଲା-ମିତ୍ର! ତୁମେ ଏଡ଼େ ବିଶ୍ୱାସଘାତକ ବୋଲି ମୁଁ ଏବେ ଜାଣୁଛି। ତୁମେ ପରା କହିଥିଲ ଆସିବା ପୂର୍ବରୁ ସୂଚନା ଦେଇ ଆସିବ ବୋଲି? ହେଲେ କ’ଣ କଲ?

ମୃତ୍ୟୁ ମିତ କହିଲେ-ମୁଁ ବଡ଼ ଦୁଃଖିତ ଯେ, ମୋତେ ତୁମେ ଅଯଥାରେ ଦୋଷ ଦେଉଛ। ତୁମେ ମୋ ସହିତ ପ୍ରଥମେ ମିତ୍ରତାର ହାତ ବଢ଼ାଇଥିଲ। କିନ୍ତୁ ପରେ ମୋତେ ସମ୍ପୂର୍ଣ୍ଣ ଭୁଲିଗଲ। ମୁଁ କିନ୍ତୁ ତୁମକୁ ଭୁଲିନି। ତୁମ ପାଖରେ ସର୍ବଦା ଛାଇପରି ରହିଛି। ବାକି ରହିଲା କଥା ଦେଇ ନ ରଖିବା ପ୍ରସଙ୍ଗ। ମୁଁ ତୁମକୁ ଆଜି ଆସିବାର ଦଶବର୍ଷ ପୂର୍ବରୁ ଥରେ ନୁହେଁ, ଚାରି ଚାରି ଥର ଚିଠି ପଠେଇଛି। କିନ୍ତୁ ତୁମେ ଚିଠିର ଉତ୍ତର ଦେବା ତ ଦୂରର କଥା ପ୍ରତିଥର ଚିଠିକୁ ଚିରି ଫୋପାଡି ଦେବା ପାଇଁ ଉଦ୍ୟମ କରିଛ।
ଲୋକଟି କହିଲା- ମୋ ପାଖକୁ ଚିଠି ପଠାଇଥିବାର କିଛି ପ୍ରମାଣ ତୁମ ପାଖରେ ଅଛି କି?

– ହେ ମିତ୍ର! ଚିଠିର ପ୍ରମାଣ ସବୁ ଏବେ ବି ତୁମ ପାଖରେ ମହଜୁଦ୍‌ ଅଛି। ତୁମ ମୁଣ୍ଡର ଚୁଟି ଗୁଡିକୁ ଧଳା କରିଦେଇ ପ୍ରଥମ ଚିଠି ପଠାଇଥିଲି। କିନ୍ତୁ ତୁମେ ରଙ୍ଗବୋଳି ତାକୁ କଳା କରିଦେଇ ସଂସାରରେ ପୁଣି ଡେଇଁଲ। ତୁମ ଆଖିର ଦୃଷ୍ଟିଶକ୍ତିକୁ କମ୍‌ କରିଦେଇ ଦ୍ୱିତୀୟ ସୂଚନା ଦେଲି। ଏହାକୁ ବି ତୁମେ ଜାଣିପାରିଲ ନାହିଁ। ସଚେତନ ହେବା ଅପେକ୍ଷା ତୁମେ ଡାକ୍ତରଙ୍କ ପାଖକୁ ଯାଇ ଚଷମା ପିନ୍ଧି ପକାଇଲ। ପ୍ରମାଣ ସ୍ବରୂପ ଏବେ ତୁମ ନିଜ ଆଖିକୁ ଦେଖ। ତା’ ପରେ ତୃତୀୟ ଚିଠି ପଠାଇଲି। ଦାନ୍ତଗୁଡ଼ିକ କାଢ଼ି ନେଲି। ଏ ସୂଚନାକୁ ବି ତୁମେ ଖାତିରି କଲ ନାହିଁ। କୃତ୍ରିମ ଦାନ୍ତ ଲଗାଇ ଭଲମନ୍ଦ ଖାଇ ସଂସାରରେ ଅୟସ କଲ।

ତୁମ ଚର୍ମଗୁଡ଼ିକୁ ଲୋଚାକୋଚା କରି ଏବଂ ଦେହରେ ଥିବା ବଳକୁ ଅପହରଣ କରି ଚତୁର୍ଥ ଚିଠି ପଠେଇଲି। ହେଲେ ଏହା ବି ଫେଲ୍‌ ମାରିଲା। ତୁମେ ମୋ ଆଡ଼କୁ ଟିକେମାତ୍ର ବି ଚାହିଁଲ ନାହିଁ। ଶେଷକୁ ବାଧ୍ୟ ହୋଇ ମୁଁ ନିଜେ ଆସିଲି। ମୁଁ ମୋର ମିତ୍ର ଧର୍ମ ଠିକ୍‌ ଭାବେ ନିର୍ବାହ କରୁଛି। ତୁମେ କିନ୍ତୁ ମାୟାମୋହରେ ପଡ଼ି ମୋତେ ଭୁଲି ଯାଇଛ। ଏବେ ଚାଲ। ଆଉ ଡେରି କରନା।
ଲୋକଟି ନିଜର ଭୁଲ ବୁଝିପାରି ବାଧ୍ୟହୋଇ ମୃତ୍ୟୁ ମିତ୍ରର ହାତଧରି ତାଙ୍କ ସଙ୍ଗରେ ଚାଲିଲା।

ପାଠକେ, ଆମମାନଙ୍କ ମଧ୍ୟରୁ କାହା ପାଖରେ ମୃତ୍ୟୁର ଯେକୌଣସି ଚିଠି ବି ପହଞ୍ଚତ୍ ସାରିବଣି। ବଡ଼କଥା ହେଉଛି ମୃତ୍ୟୁକୁ ସବୁବେଳେ ମନେ ରଖିବା। ମୃତ୍ୟୁ ମିତ୍ରକୁ ସ୍ବାଗତ କରିବା। ତାଙ୍କୁ ଭୁଲିଗଲେ ଆମେ ବାଟବଣା ହୋଇଯିବା। ମାୟାରେ ଘାଣ୍ଟି ହେବା। ମନ ମଧ୍ୟରେ ରଖିଲେ କେବଳ ସୁଖ ହିଁ ପାଇବା।

-ଶ୍ରୀ ସନ୍ନ୍ୟାସୀ
ରାମନଗର, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

Jagannath Temple: ଜଗନ୍ନାଥ ମନ୍ଦିରକୁ ଯିବାବେଳେ ୨୨ପାହାଚର ତୃତୀୟ ସିଡିରେ କାହିଁକି ରଖନ୍ତିନି ପାଦ, ରହସ୍ୟ ଜାଣିଲେ…

ଭାରତରେ ବହୁତ ପ୍ରାଚୀନ ଏବଂ ରହସ୍ୟମୟ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ସହିତ ଜଡିତ ଅନନ୍ୟ ରହସ୍ୟ ଏବଂ ଚମତ୍କାରର ଅନେକ କାହାଣୀ ଅଛି, ଯାହା...

ନିଦରୁ ଉଠିବା ପରେ ସ୍ବପ୍ନରେ ଦେଖିଥିବା ଜିନିଷ କାହିଁକି ଭୁଲିଯାଉ? କାରଣ ଜାଣିଲେ ଚମକି ପଡିବେ

ସ୍ବପ୍ନର ଦୁନିଆ ସବୁବେଳେ ରହସ୍ୟରେ ପରିପୂର୍ଣ୍ଣ। ଏହା ଉପରେ ବହୁ ବୈଜ୍ଞାନିକ ଗବେଷଣା କରିଛନ୍ତି ଅନେକ ଭିନ୍ନ ଭିନ୍ନ ଯୁକ୍ତି ଦେଇଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ସ୍ବପ୍ନର...

Baba Vanga Predictions: ସୂର୍ଯ୍ୟ ପାଲଟିବ ବରଫ ପିଣ୍ଡୁଳା! ପୃଥିବୀରେ ହେବ ପ୍ରଳୟ, ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ

ସୋଫିଆ: ବୁଲଗେରିଆର ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ହୋଇଛି ଏବଂ କିଛି ଭୁଲ ପ୍ରମାଣିତ...

ସବୁଠୁ ବଡ଼ ପାଟି: ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇଲେ ଆମେରିକୀୟ ମହିଳା

ୱାଶିଂଟନ୍‌:ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ...

ଆସିଗଲା ନୂଆ ଟେକ୍‌ନିକ୍‌: ଏବେ ଭୂମିକମ୍ପ ହେବା ମାତ୍ରେ ପବନରେ ଉଡ଼ିବ ଘର, ରହିବନି ବିପଦ

ନୂଆଦିଲ୍ଲୀ,୧୮।୪: ପ୍ରତିଦିନ ସାରା ବିଶ୍ୱରେ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି ଯାହା ଆଶ୍ଚର୍ଯ୍ୟଜନକ। ଜାପାନରେ ସମାନ ପ୍ରକାରର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଜାପାନୀ କମ୍ପାନୀ...

ହାତୀ ଗୋବରର ମିଠେଇ, ଦୁର୍ଗନ୍ଧ ଯୁକ୍ତ ଫୁଲର ବ୍ୟଞ୍ଜନ, China Restaurantରେ ମିଳୁଛି ଅଜବ ଆଇଟମ

ବେଜିଂ,୧୭।୪: ଚାଇନାର ଅଜବ ଖାଦ୍ୟ ଅଭ୍ୟାସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ। କିନ୍ତୁ ସଦ୍ୟତମ ମାମଲାଟି ଏପରି ଯେ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ...

Video: ଶାଢି ପିନ୍ଧି ବୁଲ୍‌ଡୋଜର ଉପରେ ଚଢିଗଲେ ମହିଳା,ପାର୍ଟନର୍‌ଙ୍କ ସହ କଲେ ଏମିତି କାମ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଛି। ଅନେକ ସମୟରେ ଲୋକମାନେ ଭାଇରାଲ ହେବା ପାଇଁ ଜାଣିଶୁଣି ଏପରି କାର୍ଯ୍ୟ କରନ୍ତି। ଭାଇରାଲ...

Top 5 Biodiverse Places in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image