ଚିନ୍ମୟୀ ମୃତ୍ୟୁ ମାମଲା: ଆସିଲା ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ସମ୍ବଲପୁର,୭।୩(ବ୍ୟୁରୋ): ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ଏସ୍‌ଏଫ୍‌ଏସଏଲ ପକ୍ଷରୁ ସମ୍ବଲପୁର ଏସ୍‌ପିଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦିଆଯାଇଛି । ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିବ । ଆବଶ୍ୟକ ପଡ଼ିଲେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଅନ୍ୟ ଅଟକ ବନ୍ଧୁଙ୍କ ନାର୍କୋ ଟେଷ୍ଟ କରାଯିବ ବୋଲି ଏସ୍‌ପି କହିଛନ୍ତି ।
ଅନ୍ୟପକ୍ଷେ ପୋଲିସ ପ୍ରୀତିମାନ ଓ ମାନସୁଙ୍କୁ ନେଇ ଘଟଣାର ସିନ୍‌ ରିକ୍ରିଏଶନ କରିଛି। କିପରି ଚିନ୍ମୟୀଙ୍କ ମୃତ୍ୟୁ ଘଟିଲା ସେନେଇ ପ୍ରୀତିମାନ ପିସି ବ୍ରିଜ ନିକଟରେ ଡେମୋ ଦେଖାଇଛନ୍ତି। ଫେବୃୟାରୀ ୨୮ରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାର୍ଚ୍ଚ ୧ରୁ ହତ୍ୟା ମାମଲା ରୁଜୁ କରି ପୋଲିସ ଛାନଭିିନ୍‌ ଚଳାଇଛି ।

Share