Categories: ଜାତୀୟ

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟାର ଶେଷ ଦିବସ ସହ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟ ପାଖେଇ ଆସୁଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟନେତାମାନେ ମଧ୍ୟ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଚିରାଗ ଯଦି ବିହାରବାସୀଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ତେବେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତାଙ୍କ ନାଁ ନେଇ ଲୋକଙ୍କୁ ଭ୍ରମରେ ପକାଉଛନ୍ତି । ଆମର କୌଣସି ‘ବି’ ଅବା ‘ସି’ ଟିମ୍ ନାହିଁ । ତେଣୁ ଏନ୍‌ଡିଏକୁ ଏଥର ସ୍ପଷ୍ଟ ବହୁମତ ମିଳିବ । ଚିରାଗ ପାଶୱାନଙ୍କ ଦଳ ହେଉଛି କେବଳ ଭୋଟ କାଟିବା ଦଳ । ଏହା ପୂର୍ବରୁ ମଧ୍ୟ ସୁଶିଲ କୁମାର ମୋଦି ଚିରାଗଙ୍କ ଲୋକ ଜନଶକ୍ତି ପାର୍ଟି ଉପରେ ଖୁବ୍ ଗର୍ଜିଥିଲେ ।

Share