Categories: ଜାତୀୟ

ଚିରାଗଙ୍କ ସହ ସାକ୍ଷାତ୍‌କାର ସମୟରେ ଭାବୁକ ହେଲେ ଶରଦ ଯାଦବ

ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ ନେଇଛନ୍ତି ଚିରାଗ । ପାଶୱାନ ତାଙ୍କ ମା’ଙ୍କ ସହ ମିଶି ଦିଲ୍ଲୀରେ ଶରଦ ଯାଦବଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ୍‌କାର ସମୟରେ ଶରଦ ଯାଦବ ଚିରଗଙ୍କ ପିତା ରାମ ବିଳାସ ପାଶୱାନଙ୍କୁ ମନେପକାଇ ଖୁବ୍ ଭାବୁକ ହୋଇ ପଡିଥିଲେ । ସେ କହିଥିଲେ ୧୯୭୪ରୁ ତାଙ୍କର ଓ ରାମ ବିଳାସ ପାଶୱାନଙ୍କର ବନ୍ଧୁତା ଥିଲା । ଏମିତି ସମ୍ପର୍କ ରାଜନୈତିକ ଜୀବନରେ ଖୁବ୍ କମ୍ ଦେଖାଯାଇଥାଏ । ଏହାସହ ଶରଦ ଯାଦବ କହିଛନ୍ତି ଏବେ ଜନତା ଚିରାଗଙ୍କ ସହ ଅଛନ୍ତି । ଏଲ୍‌ଜେପିରେ ଫାଟ ପରେ ବିହାରରେ ଚାଲୁଥିବା ଆଶୀର୍ବାଦ ଯାତ୍ରା ମଧ୍ୟରେ ଏବେ ଚିରାଗ ଦିଲ୍ଲୀରେ ଅଛନ୍ତି । ତେବେ ଚିରାଗଙ୍କ ପିତା ରାମ ବିଳାସ ପାଶୱାନ ଓ ବରିଷ୍ଠ ନେତା ଶରଦ ପାୱାରଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ଥିବା ବେଳେ ଏବେ ଶରଦ ଯାଦବ ଅସୁସ୍ଥ ଥିବାରୁ ଚିରାଗ ତାଙ୍କ ମା’ଙ୍କ ସହ ମିଶି ଶରଦଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବାକୁ ଯାଇଥିଲେ ।

Share