Categories: ଜାତୀୟ

ହାଜିପୁର ଆସନ ନେଇ ଚିରାଗ-ପଶୁପତି ମୁହାଁମୁହିଁ…

ପାଟନା,୧୮।୭ : ୨୦୨୪ ଲୋକସଭା ନିବାଚନ ପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଲୋକ ଜନତା ପାର୍ଟି ନେତା ଚିରାଗ ପାସୱାନ ଏବଂ ତାଙ୍କ ଚାଚା ପଶୁପତି ପାରସ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ଦୁହିଁଙ୍କ ମଧ୍ୟରେ ହାଜିପୁର ଆସନ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ହାଜିପୁର ଆସନକୁ ନେଇ ଚାଚା ପୁତୁରା ମଧ୍ୟରେ ଏବେ ବି ବିବାଦ ଲାଗି ରହିଛି।

ଚିରାଗ ପାସୱାନ କହିଛନ୍ତି ଏନଡିଏରେ କିଏ ଅଛନ୍ତି ନା ନାହିଁ ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ମନ୍ତ୍ରୀ ହେବା ପାଇଁ ମିଳିତ ମେଣ୍ଟକୁ ଆସି ନାହିଁ। ମୁଁ ଭାବୁଛି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧିକାର ସେ ଯାହାକୁ ଚାହିଁବେ ତାଙ୍କୁ ମନ୍ତ୍ରୀ କରିବେ। ମୁଁ କେବଳ ମୋ ବାପାଙ୍କ ଉତ୍ତରାଧିକାରୀ ନୁହେଁ ବରଂ ମୋ କାମ ମାଧ୍ୟମରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହେଁ। ହାଜିପୁର ଆସନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ପଶୁପତି ମଧ୍ୟ ହାଜିପୁର ଆସନ ନେଇ ନଛୋଡ଼ ବନ୍ଧା ସେ ଏହି ଆସନକୁ ନେବାକୁ ଉଦ୍ୟମ କରୁଛନ୍ତି।

Share