ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ

ଶିମ୍‌ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩ ବର୍ଷ ପୂର୍ବେ ଏକ ଫିଲ୍ମରେ ଚିରାଗ ଏବଂ କଙ୍ଗନାଙ୍କୁ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ଉଭୟଙ୍କର ଆଶ୍ଚର୍ଯ୍ୟଜନକ କେମିଷ୍ଟ୍ରି ପାର୍ଲାମେଣ୍ଟରେ ଦେଖିବାକୁ ମିଳିଛି।
କଙ୍ଗନା ଏବଂ ଚିରାଗର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ପାର୍ଲାମେଣ୍ଟ ଗୃହର ଅଟେ।

କହିରଖୁଛୁ, ବିହାରର ହାଜିପୁରରୁ ନିର୍ବାଚନ ଜିତିବା ପରେ ଚିରାଗ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଉଭୟ ନବ ନିର୍ବିାଚିତ ଏମ୍‌ପି ପାର୍ଲାମେଣ୍ଟ ଗୃହରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ କଙ୍ଗନା ଏବଂ ଚିରାଗଙ୍କ ଭେଟ ବେଶ୍‌ ଉତ୍ସାହଜନକ ଥିଲା।

ଭିଡିଓରେ ଦେଖିବାକୁ ମିଳେ କଙ୍ଗନା ଏବଂ ଚିରାଗ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ତା’ପରେ କିଛି ସମୟ ପାଇଁ ନିଜ ମଧ୍ୟରେ କଥା ହେବା ପରେ ଉଭୟ ଏମ୍‌ପି ହାତ ଧରାଧରି ପାର୍ଲାମେଣ୍ଟ ଭିତରକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଅନେକ ଏମ୍‌ପି ମଧ୍ୟ ଦୁଇ ଏମ୍‌ପିଙ୍କ ମଧ୍ୟରେ ଥିବା ରୋମାଣ୍ଟିକ ଦୃଷ୍ଟିଭଙ୍ଗୀଙ୍କୁ ଦେଖୁଛନ୍ତି।

ଚିରାଗ ତାଙ୍କର ଡେବ୍ୟୁ ଫିଲ୍ମରେ କଙ୍ଗନାଙ୍କ ସହ କାମ କରିଛନ୍ତି। ସେମାନଙ୍କର ଫିଲ୍ମ ‘ମିଲେ ନା ମିଲେ ହମ୍‌’ ୧୩ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା। କଙ୍ଗନା ଏଥିରେ ମୁଖ୍ୟ ଅଭିନେତ୍ରୀ ଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ କରିପାରି ନ ଥିଲା।

Share