Categories: ଜାତୀୟ

ଅମିତ ଶାହାଙ୍କୁ ଭେଟିଲେ ଚିରାଗ ପାସଓ୍ବାନ

ପାଟନା,୧୭।୭: ବିହାର ରାଜନୀତିରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅନେକ ଆଲୋଚନା ହେଉଛି। ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ମିଳିଛି। ବର୍ତ୍ତମାନ ଚିରାଗ ପାସୱାନ ଦିଲ୍ଲୀରେ ଅଛନ୍ତି। ଏହି ସମୟରେ ସେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ବାସଭବନରେ ପହଞ୍ଚିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏନଡିଏ ମିଳିତ ମଞ୍ଚ ଏବଂ ବିହାର ରାଜନୀତି ସମ୍ପର୍କରେ ଆଲୋଚନା ଚାଲିଥିବା ଜଣାପଡିଛି।

Share