Categories: ଜାତୀୟ

ନୀତୀଶ-ତେଜସ୍ୱୀଙ୍କୁ ଟାର୍ଗେଟ କଲେ ଚିରାଗ

ପାଟନା,୨ ।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି । ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ନୂଆ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଚିରାଗ କହିଛନ୍ତି, ନୀତୀଶ ଯଦି କୂଅ ହୁଅନ୍ତି, ତେଜସ୍ୱୀ ହେଉଛନ୍ତି, ଖାଲ ବା ଖାଇ, ଏଲ୍‌ଜେପି-ଭାଜପା ସରକାର ଗଠନ କରିବେ । ମୁଙ୍ଗେର ଘଟଣାକୁ ନେଇ ସେ କହିଛନ୍ତି ନୀତୀଶ କୁମାରଙ୍କ ଇସାରାରେ ସେଠାରେ ଗୁଳି ଚାଳନା କରାଯାଇଛି । ଆୟକର ବିଭାଗର ଚଢାଉକୁ ନେଇ ନୀତୀଶ ଚିନ୍ତାରେ ଅଛନ୍ତି । ତେବେ ୧୫ ବର୍ଷ ଶାସନ କାଳ ମଧ୍ୟରେ ନୀତୀଶ ଯାହା ସବୁ କରିଛନ୍ତି ଏବେ ତା’ର ସତ୍ୟତା ଭୋଟରଙ୍କ ସାମ୍ନାରେ । ଏହାସହ ମଦ ମାଫିଆଙ୍କୁ ନେଇ ମଧ୍ୟ ନୀତୀଶ ଚିନ୍ତାରେ କାରଣ ବିନା ଟଙ୍କା କାରବାରରେ ବିହାରରେ ମଦ ବିକ୍ରି ସମ୍ଭବ ନୁହେଁ । ଚିରାଗ ପ୍ରଶ୍ନ କରିଛନ୍ତି ଗତ ୧୫ ବର୍ଷ ମଧ୍ୟରେ ନୀତୀଶ କରିଛନ୍ତି କ’ଣ । ଆଗକୁ ତାଙ୍କର କ’ଣ ରହିଛି ରୋଡମ୍ୟାପ । ଆଗକୁ ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଥର ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସମ୍ଭବ ହେବ ନାହିଁ ।

Share