Categories: ଜାତୀୟ

ବାପାଙ୍କୁ ମୁଖାଗ୍ନି ଦେଲାବେଳେ ଚେତା ବୁଡ଼ିଗଲେ ଚିରାଗ ପାଶ୍ୱାନ

ପାଟନା, ୧୦।୧୦: ଦିଗଂବତ କେନ୍ଦ୍ରମନ୍ତ୍ରୀ ତଥା ବିହାରର ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର ଶେଷ ହୋଇଛି। ସ୍ଥାନୀୟ ଜର୍ଦାନ ଘାଟରେ ଅନୁଷ୍ଠିତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅବସରରେ ରାମବିଳାସଙ୍କ ପୁଅ ଚିରାଗ ପାଶ୍ୱାନ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ତେବେ ବାପାଙ୍କୁ ମୁଖାଗ୍ନି ଦେଉଥିବା ସମୟରେ ଚିରାଗ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ପିତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଚିରାଗ କେତେବେଳେ ନିଜ କୋହ ସମ୍ଭାଳିକି ରଖୁଥିଲେ ତ ପୁଣି କେତେବେଳେ ମା’ଙ୍କ ଆଖିରୁ ଲୁହ ପୋଛି ଦେଉଥିବାର ଦେଖିବାକୁ ମିଳିଥିଲା। ତେବେ ମୁଖାଗ୍ନି ଦେବା ସମୟରେ ଚିରାଗ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ତାଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟଲୋକମାନେ ଚିରାଗଙ୍କୁ ସମ୍ଭାଳି ନେଇଥିଲେ। ବିହାର ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ସ୍ଥାନୀୟ ଜନାର୍ଦ୍ଦନ ଘାଟ ଲୋକାରଣ୍ୟ ହୋଇପଡ଼ିଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ।

Share