Categories: ଜାତୀୟ

ଭାଜପାକୁ ଚିରାଗଙ୍କ ପ୍ରଶ୍ନ

ପାଟନା,୧୭ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଟଣା ଭିଡା ଲାଗି ଯାଇଛି । ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭେଡକରଙ୍କ ବୟାନକୁ ନେଇ ଶନିବାର ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଭାଜାପାକୁ ଘେରିଛନ୍ତି । ଜାଭେଡକର କହିଥିଲେ ଏଲ୍‌ଜେପି କେବଳ ଭୋଟ କାଟିବା ପାଇଁ ନିର୍ବାଚନ ଲଢୁଛି । ଏହାର ଜବାବ ଦେବାକୁ ଯାଇ ଏକ ସାକ୍ଷାତ୍‌କାରରେ ଚିରାଗ କହିଛନ୍ତି, ଯଦି ଆମ ଦଳ କେବଳ ଭୋଟ କାଟିବା କାମ କରିଥାଏ ତେବେ ୨୦୧୪ରେ ଭାଜପା କାହିଁକି ଆମକୁ ସାଙ୍ଗରେ ରଖିଥିଲା । ଏବେ ନୀତୀଶ କୁମାରଙ୍କ ଚାପରେ ପଡି ଭାଜପା ଏମିତି ବୟାନ ଦେଉଛି ବୋଲି ଚିରାଗ କହିଛନ୍ତି । ଭାଜପା ଏଥିରେ ନିଜ ବିବେକ ଖଟାଇବା ଦରକାର । ଚିରାଗ କହିଛନ୍ତି ଯଦି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ତେବେ ସେ ଏନ୍‌ଡିଏ ଛାଡିଦେବେ । ସୂଚନାଯୋଗ୍ୟ, ଶୁକ୍ରବାର ଜାଭେଡକର କହିଥିଲେ ବିହାର ନିର୍ବାଚନରେ ଏଲ୍‌ଜେପି କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

Share