Categories: ଜାତୀୟ

ନୀତୀଶଙ୍କ ସହ ନାହିଁ କୌଣସି ଶତ୍ରୁତା କେବଳ ନୀତିର ଲଢେଇ: ଚିରାଗ

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏନ୍‌ଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଛି । ଏହା ପଛର କାରଣ ହେଉଛି ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଓ ନୀତୀଶ କୁମାରଙ୍କ ମଧ୍ୟରେ କୁଆଡେ ସମ୍ପର୍କ ଖରାପ ରହିଛି । ହେଲେ ଏହାକୁ ନେଇ ଚିରାଗ କହିଛନ୍ତି ମୋର ନୀତୀଶଙ୍କ ସହ କୌଣସି ଶତ୍ରୁତା ନାହିଁ । ବରଂ ଏହା କେବଳ ନୀତିର ଲଢେଇ । ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ଚିରାଗ କହିଛନ୍ତି କେବଳ ବାପାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି । ତେବେ ଅସମୟରେ ପିତାଙ୍କ ପରଲୋକକୁ ମୁଁ ସହଜରେ ଗ୍ରହଣ କରିପାରୁନି । ଏବେ ମୁଁ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛି । ହେଲେ ଏମିତି ବିପଦ କାହାକୁ ନ ଆସୁ ବୋଲି ଚିରାଗ କହିଛନ୍ତି । କାରଣ ମୋ ପିତା ଥିଲେ ମୋର ଶକ୍ତି ।

Share