Categories: ଜାତୀୟ

ବିହାର ନିର୍ବାଚନ: ଜନତାଙ୍କୁ ଚିରାଗଙ୍କ ଖୋଲା ପତ୍ର

ପାଟନା,୬ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ବେଳକୁ ବେଳ ହେଉଛି ସରଗରମ । ଏନ୍‌ଡିଏରୁ ବାହାରିବା ପରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମୁଖ୍ୟ ଚିରାଗ ପାଶୱାନ ସୋମବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି । ଏଥିରେ ଚିରାଗ, ନୀତୀଶ କୁମାର ସରକାରଙ୍କ ଦ୍ୱାରା କରାଯାଇଥିବା ‘ସାତ ସଂକଳ୍ପ’ ବିକାଶ କାର୍ଯ୍ୟକ୍ରମ ଓ ଜେଡିୟୁ ତା’ର ସହଯୋଗୀଙ୍କ ସହ କରିଥିବା ବ୍ୟବହାରକୁ ନେଇ ବର୍ଷିଛନ୍ତି । ଉକ୍ତ ପତ୍ରରେ ଚିରାଗ ଲେଖିଛନ୍ତି ରାଜ୍ୟବାସୀ ଗୋଟିଏ ବି ଭୋଟ ଜେଡିୟୁକୁ ଦେଇ ଭୋଟଟିକୁ ବେକାର କରନ୍ତୁ ନାହିଁ । କାରଣ ଆଗକୁ ବିହାରରେ ଭାଜପା-ଏଲ୍‌ଜେପି ସରକାର ହେବାବୁ ଯାଉଛି । ଜେଡିୟୁକୁ ଯାଇଥିବା ପ୍ରତ୍ୟେକ ଭୋଟ ଆପଣଙ୍କ ପିଲାମାନଙ୍କୁ ରାଜ୍ୟରୁ ବାହାରକୁ ପଳାଇବାକୁ ବାଧ୍ୟ କରିବ ବୋଲି ଚିରାଗ କହିଛନ୍ତି । ଏହା ୧୨ କୋଟି ବିହାରବାସୀଙ୍କ ପାଇଁ କର ବା ମର ଲଢେଇ । ଆମ ପାଖରେ ହରାଇବାକୁ କିଛି ନାହିଁ । ସେ କହିଛନ୍ତି ଅବଶ୍ୟ ଏହା ସତ୍ୟ ଯେ ଆଗାବୀ ସମୟ ଏଲ୍‌ଜେପି ପାଇଁ ଭଲ ନାହିଁ । କିନ୍ତୁ ବିଗତ ୩ ଦଶକ ମଧ୍ୟ ବିହାରବାସୀଙ୍କ ପାଇଁ ଭଲ ନ ଥିଲା ବୋଲି ମନେ ରଖିବାକୁ ପଡିବ ବୋଲି ଚିରାଗ କହିଛନ୍ତି । ଜେଡିୟୁ ବିପକ୍ଷରେ ଲଢିବାର ନିର୍ଣ୍ଣୟ ଏଲ୍‌ଜେପି ସାଧାରଣ ଜନତାଙ୍କ ପାଖରୁ ମିଳିଥିବା ମତକୁ ନେଇ କରିଛି । ତେବେ ନିର୍ବାଚନ ଲଢିବା ବ।।ହରରେ ଶାସନ କରିବା ନୁହେଁ ବରଂ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

Share