Categories: ଜାତୀୟ

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…

ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ ତାଙ୍କ ସମର୍ଥକମାନେ ପାଟନା ସ୍ଥିତ ଏଲ୍‌ଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ବୈଠକ ପୂର୍ବରୁ ଚିରାଗ କକା ପଶୁପତି ପାରସଙ୍କ ନାଁରେ ଏକ ଭାବପ୍ରବଣ ଟୁଇଟ କରିଥିଲେ। ଯେଉଁଥିରେ ଚିରାଗ ଲେଖିଛନ୍ତି, ବାପା ରାମବିଳାସ ପାସଓ୍ବାନ ଗଢ଼ିଥିବା ଏହି ଦଳ ଓ ପରିବାରକୁ ଏକାଠି ରଖିବାର ଉଦ୍ୟମରେ ସେ ବିଫଳ ହୋଇଛନ୍ତି। ଦଳ ମା’ ପରି ଆଉ ମା’ ସହ ବେଇମାନି କରିବା ଉଚିତ୍‌ ନୁହେଁ। ଗଣତନ୍ତ୍ରରେ ଜନତା ସର୍ବୋପରି। ତେବେ ଦଳ ଉପରେ ନିଜର ଆସ୍ଥା ରଖିଥିବା ଲୋକଙ୍କୁ ଚିରାଗ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଏକ ଚିଠି ଶେୟାର କରିଛନ୍ତି।

 

Share