ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ୍ କୁମାରଙ୍କୁ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି) ବିରୋଧ କରିଛି। ଜେଡିୟୁ ସହ ଆଦର୍ଶଗତ ସମାନତା ନ ଥିବା ଦର୍ଶାଇ ଏଲ୍ଜେପି ବିହାର ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏଲ୍ଜେପି ସଂସଦୀୟ ବୋର୍ଡ ବୈଠକରେ ଭାଜପାକୁ ସମର୍ଥନ ଦେବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସମସ୍ତ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ଦଳ ପ୍ରାର୍ଥୀଦେବା ଲାଗି ଚୂଡ଼ାନ୍ତ ହୋଇଛି।