Categories: ଖେଳ

ସାତ୍ତ୍ୱିକ-ଚିରାଗ ଯୋଡ଼ି ରଚିଲେ ଇତିହାସ

ୟେସୁ(କୋରିଆ), ୨୩ା୭: ଭାରତର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି କୋରିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ଫାଇନାଲରେ ଫାଇନାଲରେ ସେମାନେ ବିଶ୍ୱର ନମ୍ବର-୧ ଯୋଡି ଇଣ୍ଡୋନେସିଆର ଫଜାର ଅଲ୍‌ଫିଆନ ଓ ମହମ୍ମଦ ରିଆନ୍‌ ଆଡ୍ରିଆଣ୍ଟୋଙ୍କୁ ୧୭-୨୧, ୨୧-୧୩,୨୧-୧୪ରେ ପରାସ୍ତ କରିଛନ୍ତି। ଚଳିତ ବର୍ଷ ଏହି ଯୋଡିର ତୃତୀୟ ଟାଇଟଲ। ଏହି ଟାଇଟଲ ପୂର୍ବରୁ ସାତ୍ତ୍ୱିକ-ଚିରାଗ ଚଳିତ ବର୍ଷ ଇଣ୍ଡୋନେସିଆ ସୁପର ୧୦୦୦ ଏବଂ ସୁଇସ୍‌ ଓପନ ସୁପର ୫୦୦ ଟାଇଟଲ ଜିତିଛନ୍ତି।

Share