Posted inଜାତୀୟ

ଚିରାଗଙ୍କ ଦଳ ଛାଡିବା ନେଇ ବଡ଼ ବୟାନ ଦେଲେ ତାଙ୍କ ଏମପି, କହିଲେ ମହାମେଣ୍ଟର ଏସବୁ ମିଛ ସ୍କ୍ରିପ୍ଟ…

ପାଟନା,୪।୯: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏନଡିଏ ମେଣ୍ଟ ଓହରିଯିବାକୁ ନେଇ ଚାଲିଥିବା ଗୁଜବ ବିହାର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଖବର ପ୍ରସାରିତ ହେବା ପରେ ଜାତୀୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ତେବେ ଏହି ଚର୍ଚ୍ଚା ଭିତରେ ଚିରାଗ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତକାର ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଦଳ ଛାଡି କୁଆଡେ ବି ଯିବେ ନାହିଁ। ଏସବୁ ମିଛ ପ୍ରଚାର କରାଯାଉଛି। ତେବେ ଚିରାଗଙ୍କ ବୟାନ ପରେ ତାଙ୍କ ଦଳର ସମସ୍ତ ଏମପି ଏବେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ଏହାରି ଭିତରେ ଏଲଜେପିର ଏମପି ରାଜେଶ ବର୍ମା ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ପାର୍ଟିରେ ଏପରି ଫାଟ ପଡିବା ନେଇ ସୂଚନା ସମ୍ପୂର୍ଣ୍ଣ ଗୁଜବ ଏବଂ ଆଧାରହୀନ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ମହାମେଣ୍ଟ ଓ ଆରଜେଡି ଦ୍ୱାରା ଲେଖାଯାଇଥିବା ମିଛ ସ୍କ୍ରିପ୍ଟ ଅଟେ। ତେବେ ଦଳ ଭିତରେ ଏହି ଗୁଜବ ପ୍ରଚାର କରୁଥିବା ଲୋକମାନେ ଜାଣି ରଖନ୍ତୁ ଯେ, ଏହାର ପ୍ରଭାବ ପଡିବ ନାହିଁ। ଗଣମାଧ୍ୟମରେ ହେଡ୍‌ଲାଇନ୍‌ରେ ଆସିବାକୁ ପାର୍ଟି ମୁଖପାତ୍ରମାନେ ଏପରି ମିଛ ସ୍କ୍ରିପ୍ଟ ପଡୁଛନ୍ତି।

ସେ ଆହୁରି କହିଛନ୍ତି, ବାସ୍ତବତା ହେଉଛି ଆମ ନେତା ଚିରାଗ ପାସୱାନଙ୍କ ସହ ଆମେ ଦୃଢ ଭାବରେ ଠିଆ ହୋଇଛୁ। ଚିରାଗ ତାଙ୍କୁ ରାଜନୈତିକ ପରିଚୟ ଦେଇଛନ୍ତି, ତେଣୁ ତାଙ୍କ ପ୍ରତି ବେଇମାନି କରିବି ନାର୍ହି।

 


Enter your email to get our daily news in your inbox.

All Right Reserved By Dharitri.Com

Ghibli Style Artରୁ କେମିତି କମାଇବେ ଟଙ୍କା, ଟ୍ରିକ୍‌ ଜାଣି ନିଅନ୍ତୁ ଲାଭରେ ରହିବେ…

ଟ୍ରେଣ୍ଡରେ Ghibli Style Art। ସମସ୍ତେ ଏହି ଟ୍ରେଣ୍ଡ ଫଲୋ କରୁଛନ୍ତି। ସୋସିଆଲ ମିଡିଆରେ ଏହଭିଳି ଅନେକ ଫଟୋ ଘୂରି ବୁଲୁଛି। କିନ୍ତୁ ଆପଣ କ’ଣ...

ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

ପାଟନା,୨।୪: ବିହାରରୁ ଏକ ବଡ଼ ଖବର ଆସୁଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି...

ହୋଇଗଲା ସ୍ଥିର! ନୂଆ ଓ୍ବାକଫ ବୋର୍ଡରେ ଶିୟା, ସୁନ୍ନିଙ୍କ ସହ ମହିଳା ବି ହେବେ ସାମିଲ

ନୂଆଦିଲ୍ଲୀ,୨।୪: ବୁଧବାର (୨ ଏପ୍ରିଲ) ଲୋକ ସଭାରେ ୱାକଫ ବିଲ ୨୦୨୪ ଉପସ୍ଥାପିତ ହୋଇଥିଲା। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ।...

୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ

ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ...

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨।୪: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ...

ଏମିତି କ’ଣ କହିଲେ ଅଖିଳେଶ, ଏକାଥରେ ଠିଆ ହୋଇଗଲେ ଶାହା

ନୂଆଦିଲ୍ଲୀ,୨।୪: ଲୋକ ସଭାରେ ବୁଧବାର ୱାକଫ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି। ଏହି ସମୟରେ କଂଗ୍ରେସ ଏକ ବିରାଟ ହଙ୍ଗାମା ସୃଷ୍ଟି କରିଥିଲା। ଏହାକୁ ନେଇ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

ଉପଖଣ୍ଡ ସରକାରୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କଲେ ସିଡିଏମ୍‌ଓ

ଛତ୍ରପୁର,୨ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଭବାନୀଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ଅଚାନକ ଛତ୍ରପୁର ଉପଖଣ୍ଡ ସରକାରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image