ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ ସେ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ସମେତ ଜିଲାର ୪ ବିଧାନସଭା ଆସନର ବିଜେଡି ପ୍ରାର୍ଥୀମାନେ କିପରି ବହୁ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି। ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବା ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ବୁଧବାର ଫୁଲନଖରା ନିକଟ ତାଙ୍କ ଫାର୍ମ ହାଉସ୍‌ରେ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ସମର୍ଥକମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଚିରଞ୍ଜୀବ ଏହା କହିଛନ୍ତି। ଏହି ଅବସରରେ ସେ ପୂର୍ବତନ ବିଜେଡି ଯୁବନେତା ତଥା ବର୍ତ୍ତମାନର ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଚିରଞ୍ଜୀବ କହିଥିଲେ, ଅମରେନ୍ଦ୍ର ନାଉଗଁାରେ ତାଙ୍କ ବିରୋଧରେ ବିଷୋଦ୍‌କାର କରିଥିଲେ। କହିଥିଲେ ଚିରଞ୍ଜୀବ ଜଣେ ବିଦେଶୀ, ବିଜେଡିରେ ମିଶିବା ପାଇଁ ନୁଙ୍ଗୁ ନୁଙ୍ଗୁ ହେଉଛନ୍ତି। ଦଳରେ ପଶିଲେ ମାଡ଼ ହେବ ବୋଲି ଧମକ ଦେଇଥିଲେ। ଅମରେନ୍ଦ୍ରଙ୍କ ଏହି ମାଡ଼ ଧମକକୁ ସେ ଚ୍ୟାଲେଞ୍ଜ କରି ବିଜେଡିରେ ମିଶିଛନ୍ତି। କେବେ ମାଡ଼ ହେବ ଦେଖିବା ବୋଲି ସିଧାସଳଖ ଆହ୍ବାନ ଦେଇଛନ୍ତି। ଚିରଞ୍ଜୀବ ଏହି ଅବସରରେ ୨୦୧୯ ନିର୍ବାଚନ କଥା ଉଠାଇ ଥିଲେ। ସେତେବେଳେ ପ୍ରଶାନ୍ତ ମୁଦୁଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। କିନ୍ତୁ କୌଣସି ସଭାରେ ପରସ୍ପରକୁ ଏଭଳି ଆକ୍ଷେପ କରି ନ ଥିଲେ, ଯାହା ଅମରେନ୍ଦ୍ର କରିଛନ୍ତି। ତେଣୁ ପ୍ରତ୍ୟେକ ଏକାଠି ହୋଇ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।
ଚିରଞ୍ଜୀବ ବାବୁ ଅନେକଙ୍କ ସହ କଥାବାର୍ତ୍ତା ନ ହୋଇ, ବିନା ପରାମର୍ଶରେ ବିଜେଡିରେ ମିଶିଯିବା ପ୍ରସଙ୍ଗକୁ ନେଇ ମାନ, ଅଭିମାନ ଓ କ୍ଷୋଭ ଥିଲା। ତେବେ କେଉଁ ପରିସ୍ଥିତିରେ ସେ ମିଶିଲେ ତାହା କହିବା ସମ୍ଭବ ନୁହେଁ ବୋଲି ଚିରଞ୍ଜୀବ ଉପସ୍ଥିତ ସମର୍ଥକମାନଙ୍କୁ କହି ବୁଝାଇବାକୁ ଚେଷ୍ଟା କରିଥିଲେ। ମୋଟାମୋଟି ଭାବେ ତାଙ୍କୁ କ୍ଷମା କରିଦେବାକୁ ଆହ୍ବାନ ଦେଇଥିଲେ। ଗତ ୧୯ ତାରିଖ ପରି ପୁଣି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ସେ କଂଗ୍ରେସରେ ଥିଲାବେଳେ କେବଳ ବସି କରି ୯ରୁ ୯୦ ଡାକରା ଦେଇ ଦେଲେ ହେବ ନାହିଁ ବୋଲି କହିଥିଲେ। ଯେଉଁ କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତାଙ୍କୁ ନିଲମ୍ବନ ଅର୍ଥ କଂଗ୍ରେସ ଦଳକୁ ଦୁର୍ବଳ କରିବା ସହ ସମାନ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ନିର୍ବାଚନ ପୂର୍ବରୁ ବିଭିନ୍ନ କମିଟି ଗଠନ କଲେ, କିନ୍ତୁ ସେଥିରେ ତାଙ୍କୁ ରଖିଲେ ନାହିଁ। ବିଭିନ୍ନ ମାଧ୍ୟମରେ ଅପମାନିତ କଲେ। ଯାହା ଲାଗୁଥଲା ପିସିସି ସଭାପତି ଚାହୁଁଥିଲେ ସେ ଦଳ ଛାଡି ଦିଅନ୍ତୁ। ଯେତେବେଳେ ନିଲମ୍ବନ ଉଠାଇଲେ, ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ଯେହେତୁ ସେତେବେଳେ ସେ କଂଗ୍ରେସ ଟିକେଟରେ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଥିଲେ, ତେଣୁ ବିଜେଡିରେ ମିଶିଲେ। ଏହି ଦଳରେ ଯୋଗଦେବା ପୂର୍ବରୁ କୌଣସି ସର୍ତ୍ତ ରଖି ନ ଥିଲେ। ଯେଉଁମାନେ ତାଙ୍କ ଉପରେ ଭରସା କରି ବିଜେଡିରେ ମିଶିଛନ୍ତି ସେମାନଙ୍କ ସମସ୍ତ ଦାୟିତ୍ୱ ବହନ କରିବେ। ୨୦୦୮ରୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ରହି ଆସିଛନ୍ତି। ମଲାଯାଏ ରହିବେ ବୋଲି ଜଗନ୍ନାଥଙ୍କ ନଁା ନେଇ ବିଶ୍ୱାଳ ଶପଥ କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ କିପରି ସମନ୍ବୟରେ ନିର୍ବାଚନ ପରିଚାଳନା ହେବ ତାହା ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି କହିଥିଲେ। ମୋଟାମୋଟି ଭାବେ ଜଗତ୍‌ସିଂହପୁର ବିଧାନସଭା ଆସନରେ ଲଢ଼େଇ ଭାଜପା ପ୍ରାର୍ଥୀ ଅମରେନ୍ଦ୍ରଙ୍କ ସହ ବୋଲି ଆହ୍ବାନ ଦେଇଥିଲେ। ବୈଠକରେ ଆଶାଜନକ କଂଗ୍ରେସ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା। ସୂଚନାଯୋଗ୍ୟ, ଇତିମଧ୍ୟରେ ପାଖାପାଖି ୨୦ଦିନ ହେବ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଏହି ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ସେ ପ୍ରଚାର ଉପରେ ଗୁରୁତ୍ୱ ଦେଇନାହାନ୍ତି। ଦଳୀୟ ଅସନ୍ତୁଷ୍ଟ ନେତା ଓ ନୂଆକରି କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳଙ୍କୁ ମନାଇବା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଚିରଞ୍ଜୀବ ମଧ୍ୟ ଏହା ଭିତରେ ଜଗତ୍‌ସିଂହପୁର ଓ ନାଉଗଁା ବ୍ଲକ ଅଞ୍ଚଳର ତାଙ୍କ ସମର୍ଥକମାନଙ୍କୁ ଗତ ୧୯ ତାରିଖରେ ଫୁଲନଖରାସ୍ଥିତ ତାଙ୍କ ମଣ୍ଡପ ପରିସରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ...

Gold In Odisha: ଆସିଲା ବଡ଼ ଅପଡେଟ୍‌, ଅକ୍ଷୟ ତୃତୀୟାରେ ଓଡ଼ିଶାରେ କମିବ ନା ଲକ୍ଷେ ଛୁଇଁବ ସୁନା!

ନୂଆଦିଲ୍ଲୀ,୧୮।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ। ଲୋକମାନେ ଏହି ଦିନ ସୁନା କିଣିବାକୁ ବହୁତ ଶୁଭ ବୋଲି ଭାବନ୍ତି। କିନ୍ତୁ...

New Toll System: ମେ’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ? ବନ୍ଦ ହୋଇଯିବ କି FASTag ସିଷ୍ଟମ, ଜାଣନ୍ତୁ ଏହାର ଉତ୍ତର

ନୂଆଦିଲ୍ଲୀ,୧୮।୪: ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ।...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର

ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର...

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image