ମେଗାଷ୍ଟାର ଚିରଞ୍ଜୀବୀଙ୍କ ଜ୍ୱାଇଁଙ୍କ ନିଧନ! ଶୋକରେ ବୁଡ଼ିଲା…

ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୂର୍ବତନ ଜ୍ୱାଇଁ ତଥା ଶ୍ରୀଜାଙ୍କ ପୂର୍ବ ସ୍ବାମୀ ସିରିଶ ଭରଦ୍ୱାଜଙ୍କ ମୃତ୍ୟୁ ଘଟିଛି। କମ୍‌ ବୟସରେ ତାଙ୍କ ନିଧନ ସମସ୍ତଙ୍କୁ ଚମକାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସକାଳେ ସେ ଆଖି ବୁଜିଛନ୍ତି।
ସିରିଶ ଏବଂ ଶ୍ରୀଜା ୨୦୦୭ରେ ପରିବାର ବିରୋଧରେ ଯାଇ ବିବାହ କରିଥିଲେ। ସେତେବେଳେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଉଭୟଙ୍କ ବୈବାହିକ ଜୀବନ ବେଶି ଦିନ ଚାଲିପାରି ନ ଥିଲା।୨୦୧୪ରେ ଶ୍ରୀଜା ସିରିଶଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ଦୁହେଁ ପୁନର୍ବାର ବିବାହ କରି ଜୀବନରେ ଆଗକୁ ବଢ଼ିଥିଲେ। ଶ୍ରୀଜା ଏବଂ ସିରିଶଙ୍କ ଏକ ଝିଅ ଅଛନ୍ତି। ସେ ଶ୍ରୀଜାଙ୍କ ସହ ରୁହନ୍ତି। ଏବେ ତାଙ୍କର ନିଧନ ଖବର ପାଇବା ପରେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।

Share