ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼ ଭାଷୀୟ ଫିଲ୍ମ ମଧ୍ୟ କରିଛନ୍ତି। ଅଭିନୟକୁ ନେଇ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏବେ ଭାରତ ସରକାର ତାଙ୍କୁ ଦେଶର ଦ୍ୱିତୀୟ ବଡ଼ ସମ୍ମାନ ‘ପଦ୍ମ ବିଭୂଷଣ’ ଦ୍ୱାରା ସମ୍ମାନିତ କରାଯିବ। ଏନେଇ ଜଣାପଡ଼ିବା ପରେ ଚିରଞ୍ଜିବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏହି ଖବର ଶୁଣିବା ପରେ ନିଶବ୍ଦ ଥିବା କହିଛନ୍ତି। ଏହାପରେ ‘ଆର୍‌ଆର୍‌ଆର୍‌’ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଆଲ୍ଲୁ ଅର୍ଜୁନ, ଜୁନିୟର ଏନ୍‌ଟିଆର୍‌ଙ୍କ ଯାଏ କଳାକାର ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ପୀଢ଼ିଲାଗି ସେ ପ୍ରେରଣା ସାଜିଥିବା ସମସ୍ତେ କହିଛନ୍ତି।

Share