୪ ଦଶକ ୧୫ରୁ ଅଧିକ ଫିଲ୍ମ… ଏବେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ହେଲେ ସୁପରଷ୍ଟାର ଚିରଞ୍ଜିବ

ମୁମ୍ବାଇ: ସୁପରଷ୍ଟାର ଚିରଞ୍ଜିବଙ୍କୁ ୫୩ ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ରବିବାର ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ଆୱାର୍ଡ ୨୦୨୨ରେ ସମ୍ମାନୀତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟରରେ ସୁପରଷ୍ଟାର ଚିରଞ୍ଜିବଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜଣେ ଅଭିନେତା, ଡ୍ୟାନ୍ସର ଓ ପ୍ରଡ୍ୟୁସର ଭାବେ ଚିରଞ୍ଜିବ ଜୀ ୧୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୪ ଦଶକରେ ତାଙ୍କର ଏକ ଭଲ କ୍ୟାରିୟର ରହିଛି । ସେ ତେଲଗୁ ଇଣ୍ଡଷ୍ଟ୍ରିରେ ଖୁବ୍ ପରିଚିତ ଓ ସେ ହୃଦୟକୁ ଛୁଇଁଲା ଭଳି ଅଦ୍ଭୁତ ପରଫରମାନ୍ସ ଦେଇଛନ୍ତି ।
ଚିରଞ୍ଜିବ ପାଖାପାଖି ୧୫୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ସେ ତେଲଗୁ, ତାମିଲ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୭୮ରେ ଚିରଞ୍ଜିବ ଫିଲ୍ମ ‘ପନୁଧିରାଲୁ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ଯାହା ସୁପରହିଟ୍ େ ହାଇଥିଲା । ତାଙ୍କର ଅନେକ ତେଲଗୁ ଫିଲ୍ମ ବକ୍ସ ଅଫିସରେ ସକ୍ସସେସଫୁଲ ରହିଛି । ଗତ ୪ ଦଶର କ୍ୟାରିୟରରେ ଚିରଞ୍ଜିବଙ୍କୁ ୧୦ ଫିଲ୍ମ ଫେୟାର ଆୱାର୍ଡ ଓ ୪ ନନ୍ଦି ଆୱାର୍ଡରେ ସମ୍ମାନୀତ କରାଯାଇଛି ।

Share