ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଏହି ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ସେ ପ୍ରଚାର ଉପରେ ଗୁରୁତ୍ୱ ଦେଇନାହାନ୍ତି। ସେ ଦଳୀୟ ଅସନ୍ତୁଷ୍ଟ ନେତା ଓ ନୂଆକରି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଚିରଞ୍ଜୀବ ବିଶ୍ୱାଳଙ୍କୁ ମନାଇବା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଚିରଞ୍ଜୀବ ମଧ୍ୟ ଏହା ଭିତରେ ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳର ସମର୍ଥକମାନଙ୍କୁ ଗତ ୧୯ ତାରିଖରେ କଟକ ଫୁଲନଖରାସ୍ଥିତ ତାଙ୍କ ଫାର୍ମ ହାଉସକୁ ଡାକି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ସେଥିରେ ସେ ପ୍ରତ୍ୟେକଙ୍କ ସହଯୋଗ କାମନା କରିବା ସହ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ।
ବୁଧବାର ପୂର୍ବାହ୍ନ ୧୧ଟାରେ ଜଗତ୍‌ସିଂହପୁର ପୌରାଞ୍ଚଳର ସମସ୍ତ କଂଗ୍ରେସ କାଉନସିଲର, କଂଗ୍ରେସ ଆଗଧାଡିଆ ନେତା ଓ କର୍ମୀଙ୍କୁ ଚିରଞ୍ଜୀବ ଫୁଲନଖରାସ୍ଥିତ ଫାର୍ମହାଉସକୁ ଡାକିଛନ୍ତି। ଏହି ବୈଠକରେ ସେ ବିଜେଡିକୁ ସଶକ୍ତ କରିବା ପାଇଁ ପୁନର୍ବାର ପ୍ରତ୍ୟେକଙ୍କ ସହଯୋଗ ଲୋଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଅନେକ କଂଗ୍ରେସ ନେତା ଓ କର୍ମୀ ଚିରଞ୍ଜୀବଙ୍କୁ ବିଜେଡି ଟିକେଟ ମିଳି ନ ଥିବାରୁ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଭିତରୁ କେତେଜଣ ପ୍ରତିକ୍ରିୟାରେ କହିଛନ୍ତି,ଚିରଞ୍ଜୀବ ସେମାନଙ୍କୁ ମନାଇବାକୁ ଚେଷ୍ଟା କଲେ ମଧ୍ୟ ଶତପ୍ରତିଶତ ସଫଳ ହେବେନାହିଁ। ଚିରଞ୍ଜୀବଙ୍କ ଏହି ବୈଠକ ସାମ୍ପ୍ରତିକ ପରିସ୍ଥିତିରେ ଗୁରୁତ୍ୱ ବହନ କରୁଛି। କାରଣ ଅତୀତ କଥା ବଖାଣିଲେ ଜଣାଯାଏ, ୨୦୧୯ ନିର୍ବାଚନରେ ଯୁବନେତା ଅମରେନ୍ଦ୍ର ଦାସ ବିଜେଡିରୁ ଟିକେଟ ପାଇବା ପାଇଁ ଲବିରେ ଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଏହି ଆସନରେ ପ୍ରଶାନ୍ତଙ୍କୁ ଟିକେଟ ମିଳିଥିଲା, ଯେଉଁ କାରଣରୁ ଅମରେନ୍ଦ୍ରଙ୍କ ଗୋଷ୍ଠୀ ପୋଡାଜଳା କରିବା ସହ ତୁମ୍ଭିତୋଫାନ କରିଥିଲେ। ଏପରିକି ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅମରେନ୍ଦ୍ରଙ୍କୁ ଦଳ ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ ପଦ ମିଳିଥିଲା। ଏହାସତ୍ତ୍ବେ ପ୍ରଶାନ୍ତଙ୍କ ସହ ତାଙ୍କର ଦୂରତ୍ୱ କମି ନ ଥିଲା। ପରେ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ପର୍ଯ୍ୟାୟକ୍ରମେ ଚାଲି ଯାଇଥିଲା। ଏହାସତ୍ତ୍ବେ ଅମରେନ୍ଦ୍ର ନରମି ନ ଥିଲେ। ସେ ବିଜେଡିରେ ସକ୍ରିୟ ରହି ସମାନ୍ତରାଳ ସଙ୍ଗଠନ ଚଳାଇଥିଲେ। ୨୦୨୪ ନିର୍ବାଚନରେ ସେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ପ୍ରଶାନ୍ତଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଥିଲା। ଯେଉଁ କାରଣରୁ ଅମରେନ୍ଦ୍ର ଦଳ ଛାଡି ଭାଜପାରେ ଯୋଗ ଦେବା ସହ ପ୍ରାର୍ଥୀ ହୋଇଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ଯୁବ ଚେହେରା ସାଙ୍ଗକୁ ନୂଆ ମୁହଁ ହୋଇଥିବାରୁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ପ୍ରଶାନ୍ତ ଏକପ୍ରକାର ବିବ୍ରତ ଥିବା ପରି ଜଣାପଡ଼ୁଛି। କାରଣ ବିଜେଡିର ସିଂହଭାଗ ଭୋଟ ପ୍ରଭାବିତ ହେବା ସମ୍ଭାବନା ରହିଛି। ତାଙ୍କ ଉପରେ କ୍ଷୋଭ ଓ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଏଭଳି ପରିବେଶ ସୃଷ୍ଟି କରିଥିବା କୁହାଯାଉଛି। ସେହିପରି କଂଗ୍ରେସର ନେତୃତ୍ୱ ସଙ୍କଟ କାରଣରୁ ଏହି ଦଳର ଭୋଟ ପ୍ରଭାବିତ ହେବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଆଉ ଏହି ଭୋଟକୁ ହାତେଇବା କ୍ଷେତ୍ରରେ ଭାଜପା ସହ ବିଜେଡି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସୁଦ୍ଧା ବାସ୍ତବ ଚିତ୍ର କ’ଣ ରହିବ ତାହା ଏବେଠୁ ଆକଳନ କରିବା ସହଜ ନୁହେଁ। ତେବେ ଏ ପରିସ୍ଥିତିରେ ଚିରଞ୍ଜୀବଙ୍କ ଭୂମିକା ପ୍ରଶାନ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେ ଦୃଷ୍ଟିରୁ ପ୍ରଶାନ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅପେକ୍ଷା ଚିରଞ୍ଜୀବଙ୍କୁ ଅସ୍ତ୍ର କରିବାକୁ ଉଦ୍ୟମ କରୁଛନ୍ତି।
ଗତ ୧୯ ତାରିଖରେ ଚିରଞ୍ଜୀବ କରିଥିବା ବୈଠକରେ କେତେଜଣ କର୍ମୀ ତାଙ୍କୁ ଟିକେଟ୍‌ ନ ମିଳିଥିବାରୁ ଅସନ୍ତୋଷବ୍ୟକ୍ତ କରିଥିଲେ। ସେମାନେ କହିଥିଲେ, ଯେଉଁ ବିଜେଡି ତାଙ୍କ ନେତାଙ୍କୁ ଟିକେଟ ଦେଲାନି ସେଭଳି ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଅସମ୍ଭବ। ଦୀର୍ଘ ବର୍ଷ ଧରି ବିଜେଡି ବିରୋଧରେ ଲଢ଼େଇ କରି ଏବେ ଏହି ଦଳ ନେତା ଓ କର୍ମୀଙ୍କ ପାଖରେ ଶରଣ ପଶିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ ନ କରିବାକୁ କେତେଜଣ ରୋକଠୋକ୍‌ ମନା କରିଦେଇଥିଲେ। ଏପରି କି ଅଧିକାଂଶ ଚିରଞ୍ଜୀବଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ବୈଠକ ଖୁବ କମ୍‌ ସମୟ ମଧ୍ୟରେ ସରିଯାଇଥିଲା। ବୁଧବାର ବୈଠକରେ କ’ଣ ହେଉଛି ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri