ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କଲେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଜମାକାରୀ

ବଲାଙ୍ଗୀର,୯ା୧୧(ସୁନୀଲ କୁମାର ମହାନ୍ତି): ଚିଟ୍‌ଫଣ୍ଡ୍‌ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଗୁରୁବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲିରେ ଆସି ଜମାକାରୀଙ୍କ ଟଙ୍କା ଫେରାଅ ନଚେତ ଗାଦି ଛାଡ଼ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଏବଂ ଟଙ୍କା ଫେରସ୍ତ କରିବାକୁ ଦାବି କରିଛନ୍ତି। ଏହା ନ ହେଲେ ଆଗାମୀ ସାଧାରଣ ନିର୍ବାଚନରେ କ୍ଷତିଗ୍ରସ୍ତମାନେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଜମାକାରୀମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି।

Share