ଟଙ୍କା ଅପେକ୍ଷାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ଆଗେଇପାରୁନି ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର,୨ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍‌ଫଣ୍ଡ ସଂସ୍ଥାରେ ଲଗାଇଥିଲେ, ସେମାନେ ତାଙ୍କର ଟଙ୍କା ପାଇପାରି ନାହାନ୍ତି। ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନୁଯାୟୀ ଓଡ଼ିଶାରେ ୨୪,୭୫, ୭୮୨ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ରହିଛନ୍ତି। ହେଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରକୃତ ସଂଖ୍ୟା କେତେ, ତା’ର ନିର୍ଦ୍ଦିଷ୍ଟ ଆକଳନ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରିପାରିନାହାନ୍ତି। ବିଜେଡି ସରକାର ଅମଳରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନେ ବାରମ୍ବାର ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସତ୍ତ୍ୱେ ତା’ର ସମାଧାନ ହୋଇପାରି ନ ଥିଲା। ବିଜେଡି ୨୪ ବର୍ଷ ପରେ ଶାସନ ଗାଦିରୁ ହଟିବା ଉତ୍ତାରୁ ରାଜ୍ୟରେ ନୂଆକରି ସରକାରକୁ ଆସିଥିବା ଭାଜପା ଏ ପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ କରି ଟଙ୍କା ଫେରାଇବା ଦିଗରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି। ସରକାରକୁ ଆସିବା ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ଭାଜପା ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଜେଡିର ଅନେକ ନେତା ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିବାବେଳେ ସେମାନେ ମଧ୍ୟ ଭାଜପା ସରକାରକୁ ଏହି ପ୍ରଶ୍ନ ପଚାରିବାକୁ ଚାହୁଁନାହାନ୍ତି। କାଳେ ଏହି ପ୍ରସଙ୍ଗ ଉଠାଇଲେ ନିଜେ ଅକଳରେ ପଡ଼ିଯିବେ ସେଥିଲାଗି ବିଜେଡି ନେତା ଏହି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲିଗଲା ଭଳି ଅଭିନୟ କରୁଥିବା ମନେହେଉଛି।
ରାଜ୍ୟ ଗୃହ ବିଭାଗର ସୂଚନା ଅନୁଯାୟୀ, ଚିଟ୍‌ପଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା କେତେ ଏବଂ ସେମାନେ କେତେ ଟଙ୍କା ବିଭିନ୍ନ ସଂସ୍ଥାରେ ଜମା କରିଛନ୍ତି ତା’ର ତଦନ୍ତ ସକାଶେ ୨୦୧୩ରେ ତତ୍କାଳୀନ ବିଜେଡି ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଆର୍‌.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ତାଙ୍କୁ ମୁଖ୍ୟତଃ ରାଜ୍ୟର ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ ଲାଗି ଦାୟିତ୍ୱ ଦିଆଯାଇଥିଲା। ହେଲେ ଜାନୁଆରୀ ୨୦୧୫ରେ ଜଷ୍ଟିସ୍‌ ପାତ୍ରଙ୍କ ପରଲୋକ ହୋଇଥିଲା। ସେ ଏ ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିପାରି ନ ଥିଲେ। ଏହାପରେ ୨୦୧୫ରେ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କୁ ଏହି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୨୦୨୦ ଫେବୃଆରୀ ୫ ତାରିଖ ପରେ କମିଶନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଗଲା ନାହିଁ। ଏହା ପରଠାରୁ ଏଯାବତ୍‌ କମିଶନ ଗଠନ ଦିଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନ ଥିବା ଗତ ୧୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଥିଲେ। ସେ ତାଙ୍କ ଉତ୍ତରରେ ଆହୁରି କହିଥିଲେ, ତଦନ୍ତ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। କମିଶନଙ୍କ ସୁପାରିସ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ବାସ୍ତବ ଜମାରାଶି କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ପ୍ରକ୍ରିୟା ଚାଲିଛି। ଜମାକାରୀଙ୍କୁ କ୍ଷତିପୂରଣ ରାଶି ଫେରାଇବା ନିମନ୍ତେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରିଛନ୍ତି।
ସରକାରଙ୍କ ଆନୁମାନିକ ଆକଳନ ଅନୁଯାୟୀ ୨୪, ୭୫, ୭୮୨ କ୍ଷତିଗ୍ରସ୍ତ ଜମାକାରୀ ପ୍ରାୟ ୬୮୬୦ ହଜାର କୋଟି ୧୪ ଲକ୍ଷ ୪୨ ହଜାର ୨୬୩ ଟଙ୍କା ବିଭିନ୍ନ ବେଆଇନ ଆର୍ଥିକ ପ୍ରତିଷ୍ଠାନରେ ନିବେଶ କରିଛନ୍ତି। ସରକାରଙ୍କ ତଥ୍ୟକୁ ଦେଖିଲେ, କ୍ଷତିଗ୍ରସ୍ତ ଜମାକାରୀ ଆହୁରି ୬୫୬୦,୧୪,୪୨୨୬୩ କୋଟି ଟଙ୍କା ପାଇବା ଅପେକ୍ଷାରେ ଅଛନ୍ତି। ଏବେ ସୁଦ୍ଧା ୬୭ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସରକାର ଅନ୍ତରୀଣ ଆଦେଶ ଦେଇଛନ୍ତି। ସେଥିରୁ ୩୧ କମ୍ପାନୀର ସମ୍ପତ୍ତି ଉପରେ ୫୦ଟି ମାମଲା ନ୍ୟାୟାଳୟରେ ଚାଲିଛି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ଏବେ ସୁଦ୍ଧା ସେମାନଙ୍କ ୫୬.୫୩ ଏକର ସମ୍ପତ୍ତି ନିଲାମ କରାଯାଇଛି। ସେଥିରୁ ୨ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀ ଏବଂ ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍‌ ଅଫ୍‌ କମ୍ପାନୀର ବାଜ୍ୟାପ୍ତ ସ୍ଥାବର ସମ୍ପତ୍ତିକୁ ନିଲାମ କରାଯାଇ ୨ ଲକ୍ଷ ୫ ହଜାର ୭୩୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରାଯାଇଛି। ୬୭ ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ନିମିତ୍ତ ୯୦ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ସରକାର ଅନ୍ତରୀଣ କୋରଖ ଆଦେଶ ପ୍ରଦାନ କରିଛନ୍ତି। ସେଥିରୁ ନିର୍ଦ୍ଧାରିତ ନ୍ୟାୟାଳୟ ୪୦ଟି ମାମଲାରେ ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ କାଏମ କରିଛନ୍ତି। ରୋଜ୍‌ ଭ୍ୟାଲି, ଗୋଲ୍‌ଡେନ ଲ୍ୟାଣ୍ଡ ଏବଂ ହାଇଟେକ୍‌ ଇଷ୍ଟେଟସ୍‌ ଗ୍ରୁପ୍‌ ଅଫ୍‌ କମ୍ପାନୀଗୁଡିକର ସମ୍ପତ୍ତି ନିଲାମ ଏବଂ ବ୍ୟାଙ୍କ ଜମା ଜବତ ଅର୍ଥରୁ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ଚାଲିଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଭାଜପା ନିର୍ବାଚନକୁ ଆସିବା ପୂର୍ବରୁ ଯେଉଁ କେତୋଟି ମୂଳ ପ୍ରତିଶ୍ରୁତି ରଖିଥିଲା, ତାହା ଭିତରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ବିଷୟକୁ ଗୁରୁତ୍ୱ ଦେଇଥିଲା। ପ୍ରଥମେ ଦଳର ରାଜ୍ୟ ସଭାପତି ସରକାରକୁ ଆସିବାର ୨୪ ଘଣ୍ଟା ଭିତରେ ଅର୍ଡିନାନ୍ସ କରି ଟଙ୍କା ଫେରାଇବେ ବୋଲି କହିଥିଲେ। ସରକାରକୁ ଆସିବାର ୨ ଦିନ ପରେ ୧୮ ମାସ ଭିତରେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ୨୦୨୪ ଏପ୍ରିଲ ୨୮ରେ ସରକାରକୁ ଆସିବାର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଜମାକାରୀଙ୍କୁ ଟଙ୍କା ଫେରାଯିବ ବୋଲି ମଧ୍ୟ କହିଥିଲେ। ହେଲେ ସରକାରୀ ସ୍ତରରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଜମାକାରୀ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ କହିଛନ୍ତି, ରାଜ୍ୟରେ ପ୍ରାୟ ୬୦ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ରହିଛନ୍ତି। ଭାଜପା ସରକାରକୁ ଆସିବା ପୂର୍ବରୁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବୋଲି ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ କିଛି କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ସେତେବେଳେ ଗଠିତ ତଦନ୍ତ କମିଶନ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବେ ବୋଲି ଦାୟିତ୍ୱ ନେଇଥିଲେ। ତହସିଲଦାରମାନଙ୍କ ଜରିଆରେ ହିଁ ଜମାକାରୀ ଚିହ୍ନଟ ପ୍ରକ୍ରିୟା କରାଯିବା ଉପରେ ସେମାନେ ମତ ରଖିଥିଲେ। ହେଲେ ଏ ଯାଏ ସେହି ପ୍ରକ୍ରିୟା କରାଯାଇପାରିଲା ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜେଡି ବିଧାନସଭାରେ ଅନେକ ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ଚିଟ୍‌ଫଣ୍ଡ କଥା ନେଇ ମୁହଁ ଖୋଲିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। କାଳେ ଚିଟ୍‌ଫଣ୍ଡ ବିଷୟ ଆସିଲେ ବିଜେଡିକୁ ସମସ୍ୟା ହେବ ସେଥିଲାଗି ଏ ବିଷୟ ଯେତେ ନ ଉଠିବ ସେତେ ଭଲ ବୋଲି ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଅନ୍ୟପକ୍ଷେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦିଗରେ କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ବିସିସିଆଇର କଡ଼ା ନିର୍ଦ୍ଦେଶ: ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ୨ଟି ମ୍ୟାଚ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri