ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,୫।୬(ସ୍ବ.ପ୍ର.)- ବାହାନଗା ରେଳ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ କହିବା ସହ ଏହି ଦୁର୍ଘଟଣାରେ ୧୦୦୦ରୁ୧୫୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ରେଳ ବିଭାଗ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଓଡ଼ିଶାର ମୁଖ୍ୟ ଶାସନସଚିବ ଓ ବାଲେଶ୍ୱର ଜିଲାପାଳ ମୃତ ଯାତ୍ରୀଙ୍କର ଠିକ୍‌ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ସେ ଏକ ପତ୍ର ଲେଖିଛନ୍ତି। ଏହା ସହ ବହୁ ଯାତ୍ରୀ ଜେନେରାଲ କମ୍ପାଟ୍‌ମେଣ୍ଟରେ ଓ ବିନା ଟିକେଟ୍‌ରେ ଥାଇ ମୃତ୍ୟୁବରଣ କରିଛନ୍ତି। କିଛି ଯାତ୍ରୀ ନିଖୋଜ ସହ କିଛି ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମାନବିକତା ଦୃଷ୍ଟିିକୋଣରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପ୍ରଢୃତ ମୃତ୍ୟୁ ସଂଖ୍ୟା ଜଣାପଡ଼ିବ ବୋଲି ସେ କହିଛନ୍ତି।

Share