ପୁରୁଷୋତ୍ତମପୁର,୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇେ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିନା ଭକ୍ତରେ ଚିତାଲାଗି ହୋଇଛି। ଭୋର ସକାଳ ୪ଟା ୩୦ରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତି, ଅବକାଶ, ପଞ୍ଚ ସୂତିରେ ଅଭିଷେକ, ମାଜଣା, ସିଙ୍ଗାର ହୋଇ ଦୁଇ ଭଉଣୀଙ୍କୁ ରାଜ ରାଜେଶ୍ବରୀ ବେଶରେ ସଜ୍ଜିତ କରି ଚିତାଲାଗି ହୋଇଥିଲା। ମାତ୍ର କରୋନା ଯୋଗୁ ଭକ୍ତଙ୍କୁ ମନ୍ଦିରକୁ ଆସିବା ଲାଗି ବରେଣ ହୋଇଥିଲା। ଦୁଇ ଭଉଣୀ ଅତି ସୁନ୍ଦର ଭାବରେ ସଜ୍ଜିତ ହୋଇ ରାଜ ରାଜେଶ୍ବରୀ ବେଶରେ ଝଲସି ଉଠୁଥିବା ବେଳେ ଦର୍ଶନ କରିବା ଲାଗି ଭକ୍ତ ନାହାନ୍ତି।