ମାର୍ଶାଘାଇ,୨୦।୧୧(ଡି.ଏନ୍.ଏ.): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତ ଅଧୀନସ୍ଥ ନରସିଂହପୁର ଗାଁ ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀକୂଳ ଅତଡ଼ା ଖାଇ ଚାଲିଛି ା ବନ୍ୟା ନିୟନ୍ତ୍ରଣ ବନ୍ଧ ଖାଇ ଚାଲିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ା ବର୍ଷା ପାଣି ଗଡ଼ିବା ଦ୍ୱାରା ନଦୀକୂଳର କେତେକାଂଶରେ ଅତଡ଼ା ଖାଇଥିଲା ା ଗତ ବନ୍ୟାରେ ସେହି ସ୍ଥାନର ବହୁ ଅଂଶରୁ ଅତଡ଼ା ଖସିଥିଲା ା ପରିସ୍ଥିତି ଏପରି ହୋଇଛି ଯେ, ଚାଷୀଙ୍କ ଉର୍ବର ଜମି ନଦୀଗର୍ଭରେ ଲୀନ ହୋଇ ବନ୍ୟା ନିୟନ୍ତ୍ରଣ ବନ୍ଧ ଆଡ଼କୁ ମାଡି ଆସୁଛି ା ଫଳରେ ଗ୍ରାମବାସୀ ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗଙ୍କୁ ଜଣାଇଛନ୍ତି ା ଅତଡ଼ା ଖାଉଥିବା ସ୍ଥାନରେ ପଥର ପ୍ୟାକିଂ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ପ୍ରସନ୍ନ କୁମାର ପରିଡ଼ା, ମାନସ ପରିଡ଼ା, ଖଗେଶ୍ୱର ସାହୁ, ନୀଳକଣ୍ଠ ବେହେରା, ସରୋଜକାନ୍ତ ମଲ୍ଲିକ ପ୍ରମୁଖ ଦାବୀ କରିଛନ୍ତି ା ଏ ସମ୍ପର୍କରେ ନାରାୟଣପୁରସ୍ଥିତ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶୋକ ସାହୁ କହିଛନ୍ତି, ବିଭାଗ ଏ ନେଇ ଅବଗତ ଅଛି ା ଖୁବ୍ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ କରାଯିବ ା