Categories: ଜାତୀୟ

ଚିତ୍ରା ରାମକ୍ରିଷ୍ଣନ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ, ୩୦ା୬: ଡାର୍କ ଫାଇବର ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ), ଏହାର ବିଜନେସ୍‌ ଡେଭେଲପମେଣ୍ଟ ଅଫିସର ରବି ବାରାଣସୀ, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକ୍ରିଷ୍ଣନ୍‌, ତାଙ୍କ ପରାମର୍ଶଦାତା ସୁବ୍ରମଣ୍ୟମ ଆନନ୍ଦଙ୍କ ସମେତ କେତେଜଣ ଷ୍ଟକ୍‌ ବ୍ରୋକରଙ୍କ ଉପରେ ୪୪ କୋଟି ଟଙ୍କାର ଜରିମାନା ଲଗାଇଛି।

ଏନ୍‌ଏସ୍‌ଇ ଏବଂ ଏହାର ପୂର୍ବତନ ଅଧିକାରୀଙ୍କ ବ୍ୟତୀତ ସେବି ଷ୍ଟକ୍‌ ବ୍ରୋକର ଓ୍ବେ ଟୁ ଓ୍ବେଲ୍‌ଥ ଏବଂ ଜିକେଏନ୍‌ ସିକ୍ୟୁରିଟିଜ୍‌ ସମ୍ପର୍କ ଇନ୍‌ଫୋଟେନ୍‌ମେଣ୍ଟର କେତେଜଣ କର୍ମଚାରୀଙ୍କ ଉପରେ ଏହି ଜରିମାନା ଦଣ୍ଡ ଦେଇଛି। ଏନ୍‌ଏସ୍‌ଇ ଉପରେ ୭ କୋଟି, ରବି ଓ ସୁବ୍ରମଣ୍ୟଙ୍କ ଉପରେ ୫ କୋଟି ଟଙ୍କା ଲେଖାଏ ଜରିମାନା ଲଗାଇଛି ସେବି। ଏହସହିତ ନଗେନ୍ଦ୍ର କୁମାର ଏସ୍‌ଆର୍‌ଭିଏସ୍‌ ଏବଂ ଦେବୀ ପ୍ରସାଦ ସିଂ ଉପରେ ସେବି ୧ କୋଟି ଲେଖାଏ ଆର୍ଥିକ ଦଣ୍ଡାଦେଶ ଦେଇଛି। ସେହିପରି ବ୍ରୋକର ଓ୍ବେ ଟୁ ଓ୍ବେଲ୍‌ଥ ଉପରେ ୬ କୋଟି, ଜିକେଏନ୍‌ ଉପରେ ୫ କୋଟି ଏବଂ ସମ୍ପର୍କ ଇନ୍‌ଫୋଟେନ୍‌ମେଣ୍ଟ ଉପରେ ୩ କୋଟି ଟଙ୍କାର ଜରିମାନା ଲଗାଯାଇଛି।

 

 

Share