Categories: ଜାତୀୟ

ଚିତ୍ରା ରାମକ୍ରିଷ୍ଣାଙ୍କୁ ସେବିର ୩.୧୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ

ନୂଆଦିଲ୍ଲୀ,୨୮।୫: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଙ୍ଗଳବାର ୩.୧୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜରେ ପରିଚାଳନାଗତ ତ୍ରୁଟିଜନିତ ମାମଲାରେ ତାଙ୍କୁ ଏହି ଅର୍ଥ ପୈଠ କରିବାକୁ କୁହାଯାଇଥିଲା। ୧୫ ଦିନ ମଧ୍ୟରେ ଅର୍ଥ ପୈଠ ନ କଲେ ତାଙ୍କୁ ଗିରଫ କରାଯିବା ସହ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ବାଜ୍ୟାପ୍ତ କରାଯିବ। ପୂର୍ବରୁ ଚିତ୍ରାଙ୍କ ଉପରେ ସେବି ଲଗାଇଥିବା ଜରିମାନା ଦେବାରେ ସେ ବିଫଳ ହେବା ପରେ ଡିମାଣ୍ଡ ନୋଟିସ ପଠାଯାଇଥିଲା, ଯାହା ଶୁକ୍ରବାର ତାଙ୍କର ହସ୍ତଗତ ହୋଇଛି।

ସୂଚନାଯୋଗ୍ୟ, ଚିତ୍ରା ଏନ୍‌ଏସ୍‌ଇର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଆନନ୍ଦ ସୁବ୍ରମଣ୍ୟନଙ୍କୁ ଗ୍ରୁପ୍‌ ଅପରେଟିଂ ଅଫିସର ଏବଂ ଉପଦେଷ୍ଟା ଭାବେ ନିଯୁକ୍ତି ଦେବା ସହ ଅଜଣା ବ୍ୟକ୍ତିଙ୍କୁ କମ୍ପାନୀର ଗୋପନ ତଥ୍ୟ ଯୋଗାଇବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣାରେ ପରିଚାଳନାଜନିତ ତ୍ରୁଟି ପାଇଁ ସେବି ଗତ ଫେବୃୟାରୀ ୧୧ରେ ଚିତ୍ରାଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା ଲଗାଇଥିଲା।

Share