Categories: ଜାତୀୟ

ତିହାର ଜେଲରେ ଚିତ୍ରା ରାମକ୍ରିଷ୍ଣାଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୨୫।୫: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚିତ୍ରା ରାମକ୍ରିଷ୍ଣାଙ୍କୁ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ତିହାର ଜେଲରେ ଜେରା କରିଛନ୍ତି। ଚିତ୍ରା ଷ୍ଟକ୍‌ ଏକ୍ସଚେଞ୍ଜ ସମ୍ପର୍କିତ ଗୋପନ ତଥ୍ୟ ପ୍ରଘଟ କରିବା ଘଟଣାର ତଦନ୍ତ ସିବିଆଇ କରୁଥିବାବେଳେ ଇଡି ପକ୍ଷରୁ ମଧ୍ୟ ସମାନ୍ତରାଳ ତଦନ୍ତ ଚାଲିଛି। ମନି ଲଣ୍ଡରିଂ ମାମଲା ନେଇ ଇଡି ଟିମ୍‌ ଚିତ୍ରାଙ୍କୁ ଦୀର୍ଘ ସମୟ ଜେରା କରିବା ସହ ବୟାନ ରେକର୍ଡ କରିଛନ୍ତି। ଆବଶ୍ୟକ ପଡ଼ିଲେ ଇଡି ତାଙ୍କୁ ଗିରଫ କରିପାରେ।

Share