Categories: ଜାତୀୟ

ଚିତ୍ରା ରାମକ୍ରିଷ୍ଣାଙ୍କ ହାଜତ ମିଆଦ ବଢ଼ିଲା

ନୂଆଦିଲ୍ଲୀ,୨୯।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଷ୍ଟକ୍‌ ମାର୍କେଟ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ଆରମ୍ଭରେ ଚିତ୍ରାଙ୍କୁ ଗିରଫ କରିବା ସହ ଜେରା କରିଥିଲା। ସେହିପରି ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନଙ୍କ ଜାମିନ ଆବେଦନକୁ କୋର୍ଟ ପୂର୍ବରୁ ଅଗ୍ରାହ୍ୟ କରିଦେଇଥିଲେ।

Share