ଉତ୍ତରପ୍ରଦେଶ ଗାଡ଼ିରେ ୨ କୁଇଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ଚିତ୍ରକୋଣ୍ଡା ପୋଲିସ: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା

ଚିତ୍ରକୋଣ୍ଡା,୪।୧୨-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ୪ ମୋଟର ସାଇକେଲ, ୩ ମୋବାଇଲ, ନଗଦ ୫୬୭୦ ଟଙ୍କା ସହ ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ବଡପଦର ପଞ୍ଚାୟତ ପଣସଗନ୍ଧୀ କଲୋନୀ ଗାଁ ନିକଟରୁ ଉତ୍ତରପ୍ରଦେଶ ନମ୍ବର ଥିବା ୪ ବାଇକକୁ ଅଟକାଯାଇଥିଲା। ସେଥିରେ ୮ ବ୍ୟାଗ୍‌ ଗଞ୍ଜେଇ ଚାଲାଣ କରାଯାଉଥିବା ଚିତ୍ରକୋଣ୍ଡା ପୁଲିସ ତଲାସି ବେଳେ ଜାଣିବାକୁ ପାଇଥିଲା। ପରେ ପୋଲିସ ମୋଟର ସାଇକେଲ ଏବଂ ଚାରି ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ତେବେ ୮ ବ୍ୟାଗରୁ ପ୍ରାୟ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋଟ ଚାଲାଣ କରିଛି ବୋଲି ସେ କହିଛନ୍ତି।

Share