କଲେଜରେ ରାଗିଂ ବଦଳାଇ ଦେଲା ଏହି ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ର ଜଣେ ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଚିତ୍ରଙ୍ଗଦା ସିଂ। ନିଜର ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବବ୍‌ ବିଶ୍ୱାସ’। ଏଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିବେ। କଲେଜ ସମୟରେ ରାଗିଂ କିପରି ଚିତ୍ରଙ୍ଗଦାଙ୍କ ଜୀବନ ବଦଳାଇ ଦେଇଛି ଏବଂ ସେ ଅଭିନୟ ଜଗତରେ ପହଞ୍ଚିଛନ୍ତି ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି।
ସେ କହିଛନ୍ତି ଯେ, ମୋର ମଡେଲିଂ ଯାତ୍ରା କଲେଜରେ ପ୍ରଥମ ବର୍ଷର ଏକ ରାଗିଂରୁ ଆରମ୍ଭ ହୋଇଥିଲା। ଆମକୁ ସାଲଓ୍ବାର କମିଜକୁ ଓଲଟପାଲଟ କରି ପିନ୍ଧିବାକୁ କୁହାଯାଇଥିଲା। କେଶରେ ତେଲ ଲାଗିଥିଲା। ବାଲ୍ଟିରେ ବହି ଧରି ରାମ୍ପ୍‌ କରିବାକୁ କୁହାଯାଇଥିଲା। ଏହା ଚିତ୍ରଙ୍ଗଦାଙ୍କର ପ୍ରଥମ ମଡେଲିଂ ଅଡିସନ ଥିଲା। ଏଥିରେ ସେ ବହୁତ ଭଲ କରିଥିଲେ ଏବଂ ପରେ କଲେଜ ଫ୍ୟାଶନ ଦଳର ଅଂଶ ହୋଇଥିଲେ ବୋଲି ଅଭିନେତ୍ରୀ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ମଡେଲିଂ କରୁଥିବା ଅନ୍ୟ ଝିଅଙ୍କ ବିଷୟରେ ସେ ଜାଣିବାକୁ ପାଇଲେ। ତେଣୁ ସେ ନିଜର ଫଟୋ ଶୁଟ୍‌କରି ସୋସିଆଲ ମିଡିଆରେ ଶେୟାର କରିବା ପରେ ନଜରକୁ ଆସିଥିଲେ। ଏହା ପରେ ଏକ ବିଜ୍ଞାପନ ପାଇଁ ତାଙ୍କ ଅଫର ମିଳିଲା। ହେଲେ ଏଥିରେ ସେ ରିଜେକ୍ଟ ହେଲେ। ମାତ୍ର ଗୁଲଜାର ସାହେବଙ୍କ ନଜର ତାଙ୍କ ଉପରେ ପଡ଼ିିଲା। ସେ ଏକ ମ୍ୟୁଜିକ୍‌ ଭିଡିଓରେ ତାଙ୍କୁ ସୁଯୋଗ ଦେଇଥିଲେ। ଏହା ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଥିଲା ବୋଲି ସେ କହିଛନ୍ତି।

Share