୧୧ ବର୍ଷର ଡେଟିଂ ପରେ ବଧୂ ସାଜିବେ ‘ଚକ ଦେ’ ଫେମ ଚିତ୍ରାଶି ରାୱତ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ‘ଚକ ଦେ’ରେ କୋମଲ ଚୌଟାଲା ଭୁମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚିତ୍ରାଶି ରାୱତ ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ଟେସ ୧୧ ବର୍ଷର ଡେଟିଂ ପରେ ବୟ ଫ୍ରେଣ୍ଡ ଧ୍ରୁବାଦିତ୍ୟ ଭାଗୱାନାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏ ସମ୍ପର୍କରେ ସୂଚନା ନିକଟରେ ଅଭିନେତ୍ରୀ ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ । ଏହାସହ ଅଭିନେତ୍ରୀ ତାଙ୍କ ହନିମୁନ ପ୍ଲାନ ସମ୍ପର୍କରେ ବି କଥା ହୋଇଥିଲେ ।

ଅଭିନେତ୍ରୀ ନିକଟରେ ଇଟାଇମକୁ ଦେଇଥିବା ଇଣ୍ଟରଭ୍ୟୁରେ ତାଙ୍କ ବିବାହ ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ । ସେ କହିଥିଲେ ଆମେ ଡେରାଡୁନରେ କୋର୍ଟ ମ୍ୟାରେଜ କରିବାକୁ ଚାହୁଁଥିଲୁ, ଆମେ ଭାବୁଥିଲୁ ସିମ୍ପଲ ବିବାହ କରିବୁ, ପଇସା ବଞ୍ଚାଇବୁ ଓ ଟ୍ରାଭେଲ କରିବୁ । ହେଲେ ଆମ ପରିବାର କହିଥିଲେ ଏସବୁ ଗୋଟିଏ ଥର ହୋଇଥାଏ । ତେଣୁ ପରିବାର ସଦସ୍ୟ ଓ ଅତି ନିକଟ ସମ୍ପର୍କିୟଙ୍କ ମଧ୍ୟରେ ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଚିତ୍ରାଶି ଓ ଧ୍ରୁବାଦିତ୍ୟଙ୍କ ବିବାହ ଫେବୃୟାରୀ ୪ରେ ବିଲାସପୁରରେ ହେବ ବୋଲି ଜଣାପଡିଛି ।

Share