ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ବୁଧବାର ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚିତ୍ତରଞ୍ଜନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପିଏସ୍ ଥିଲେ । କିଛିଦିନ ତଳେ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଜବତ ହୋଇଥିଲା। ମୃତଦେହ ଜବତ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିତ୍ତଙ୍କ ପରିବାର ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପୁରୀ ଏସ୍ପିଙ୍କୁ ସାକ୍ଷାତ କରିଥିଲା । ଘଟଣାର ତଦନ୍ତ ପରିବାରକୁ ନ୍ୟାୟ ମଧ୍ୟ ଦାବି କରିଥିଲେ।