ନୟାଗଡ଼ ପାଇଁ ଗର୍ବ ଆଣିଲେ ଚିତ୍ତରଞ୍ଜନ

ନୟାଗଡ଼ ଅଫିସ,୨୯ା୯: ନୟାଗଡ଼ ଜିଲା ପାଇଁ ଗର୍ବ ଆଣିଛନ୍ତି ରାଜ ସୁନାଖଳା ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଚିତ୍ତରଞ୍ଜନ ଆୟୋଜିତ ସ୍ବଚ୍ଛତା ଦିବସରେ ଯୋଗ ଦେବେ। ଏ ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ତଥା ସଫେଇ ବିଭାଗ ପକ୍ଷରୁ ଚିଠି ନଂ. ୧୮୪୧୪ ସେପ୍ଟେମ୍ବର ୨୭ରେ ବିଭାଗୀୟ ନିର୍ଦ୍ଦେଶକ ନୟାଗଡ଼ ଜିଲାପାଳଙ୍କୁ ଚିଠି କରିଛନ୍ତି। ରାଜ୍ୟରେ ସ୍ବଚ୍ଛତା ପାଇଁ କାର୍ଯ୍ୟ କରି ଅନ୍ୟ ପାଇଁ ପ୍ରେରଣା ସାଜିଥିବା ୧୨ଜଣଙ୍କୁ ଏହି ଗସ୍ତ ପାଇଁ ମନୋନୀତ କରାଯାଇଛି। ମାତ୍ର ୨ଜଣ ସରପଞ୍ଚ ଏଥିପାଇଁ ଉପଯୁକ୍ତ ବିବେଚିତ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜ ସୁନାଖଳା ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ଓ ସୁନ୍ଦରଗଡ଼ ଜିଲାର ଲେଧୀମାଙ୍ଗ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ଥେମେରିଆ ବିଜ୍ଞାନ ଭବନ ଯିବେ। ତେବେ ଚିତ୍ତରଞ୍ଜନ ରାଜ ସୁନାଖଳା ପଞ୍ଚାୟତର ଦାୟିତ୍ୱ ନେବା ଦିନଠାରୁ ସ୍ବଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ପଞ୍ଚାୟତର ସହରାଞ୍ଚଳରେ ନିଦ୍ଦିଷ୍ଟ ସ୍ଥାନରେ ଚିତ୍ତରଞ୍ଜନ ଡଷ୍ଟବିନ ସ୍ଥାପନା କରିଥିଲେ। ନିଜସ୍ବ ଅର୍ଥରେ ଏକ ଟ୍ରାକ୍ଟର କିଣି ଜଣେ ଚାଳକ, ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ ଦେଇଥିଲେ। ପ୍ରତିଦିନ ସକାଳେ ଏହି ଟ୍ରାକ୍ଟରରେ ଡଷ୍ଟବିନରୁ ଅଳିଆ ସଂଗ୍ରହ କରାଯାଇ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପକାଇବାର ବ୍ୟବସ୍ଥା କରିଛନ୍ତି। ଏ ନେଇ ପ୍ରତି ମାସରେ ୪୦ ହଜାର ଟଙ୍କା ନିଜ ପକେଟ ଖର୍ଚ୍ଚରୁ ବ୍ୟୟ କରୁଛନ୍ତି ବୋଲି ଚିତ୍ତରଞ୍ଜନ କୁହନ୍ତି। ତେବେ ନିଜେ ମଧ୍ୟ ପ୍ରତି ରବିବାର ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ଧରି ସଫେଇ କରିବାକୁ ବାହାରି ପଡନ୍ତି। ଏପରି କି ଚିତ୍ତ ଟ୍ରଲି ଚଳାଇ ପଞ୍ଚାୟତକୁ ସଫା କରିବାକୁ ପ୍ରୟାସ କରି ବିଗତ ଦିନରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୧୪ରୁ ଖୋଲିବ ଧାନମଣ୍ଡି

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପାଇଁ ବୁଧବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image