ଚିତ୍ତରଞ୍ଜନ ହତ୍ୟା ମମଲା: ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଲାଇଛି। ଏହି ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି। ରାଜ୍ୟ ଫରେନସିକ୍‌ ଲାବୋରେଟୋରୀରେ ୪ ଜଣଙ୍କର ଲାଏ ଡିଟେକ୍ସନ ଚାଲିଛି। । ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି ପରଖିବାକୁ ଶନିବାର ପୁରୀରେ ପହଞ୍ଚି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ତଦାରଖ କରିଥିଲେ । ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରୁଛି । ସବୁ ସାକ୍ଷୀଙ୍କ ଜେରା କରାଯାଇଛି । ସାକ୍ଷୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବା ସହ ଆବଶ୍ୟକ ପଡିଥିଲେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ସାଇଣ୍ଟିଫିକ ଏଭିଡେନ୍ସ ମଧ୍ୟ ସଂଗ୍ରହ କରୁଛି ।

ସେପଟେ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ ଫରେନ୍ସିକ ଲାବୋରେଟୋରୀକୁ ପଠାଯାଇଛି।

Share