ଚକ୍‌ଲେଟି ବ୍ରେଡ୍‌ ରୋଲ୍‌

ଆବଶ୍ୟକ ସାମଗ୍ରୀ: ୮ଟି ବ୍ରେଡ୍‌ ସ୍ଲାଇସ୍‌, ୪ ଟି ସ୍ପୁନ୍‌ କୋକୋ ପାଉଡର, ୨ ଟେବୁଲ୍‌ ସ୍ପୁନ୍‌ କଟା ହୋଇଥିବା ଡ୍ରାଏ ଫ୍ରୁଟ୍ସ, ୨ ଟିସ୍ପୁନ୍‌ ଚିନି ପାଉଡର, ୨ ଟିସ୍ପୁନ୍‌ ମଲାଇ, ୨ ଟିସ୍ପୁନ୍‌ ନଡିଆ କୋରା କିମ୍ବା କାଜୁ ପାଉଡର, ୨ ଟିସ୍ପୁନ୍‌ ଘିଅ।
ପ୍ରସ୍ତୁତି ପ୍ରଣାଳୀ: ବ୍ରେଡ଼ ସ୍ଲାଇସ୍‌କୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ସେଥିରେ କୋକୋ ପାଉଡର, ଡ୍ରାଏ ଫ୍ରୁଟ୍ସ, ଚିନି ପାଉଡର,ମଲାଇ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ହାତରେ ଅଳ୍ପ ଘିଅ ଲଗାଇ ଏହି ମିଶ୍ରଣରେ ମଧ୍ୟମ ଆକାରର ରୋଲ୍‌ ପ୍ରସ୍ତୁତ କରନ୍ତୁ। ରୋଲ୍‌ଗୁଡିକୁ ନଡିଆ କୋରା ଉପରେ ଗଡାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକ୍‌ଲେଟ୍‌ ବ୍ରେଡ୍‌ ରୋଲ୍‌। ଏହାକୁ ପିଲାମାନଙ୍କୁ ସର୍ଭ କରିଦେଖନ୍ତୁ, ସେମାନଙ୍କୁ ବହୁତ ପସନ୍ଦ ଆସିବ।
ଜାଣି ରଖନ୍ତୁ: ଏଥିରେ ଆପଣ କୋକୋ ପାଉଡ଼ର ସ୍ଥାନରେ ଡାର୍କ ଚକ୍‌ଲେଟ୍‌ ସସ୍‌ ଏବଂ ମଲାଇ ସ୍ଥାନରେ ମିଲ୍କମେଡ୍‌ କିମ୍ବା ବସା ଦହି ମଧ୍ୟ ବ୍ୟବହାର କରିପାରିବେ।