ଚକୋଲେଟ୍‌ କାଜୁ କଟ୍‌ଲୀ

ଆବଶ୍ୟକ ସାମଗ୍ରୀ: ୪.୫ କପ୍‌ କାଜୁ, ୨ କପ୍‌ ଚିନି, ୨୦୦ ମିଲି ପାଣି, ୨ କପ୍‌ ମିଲ୍କ ଚକୋଲେଟ୍‌ କିମ୍ବା ଡାର୍କ ଚକୋଲେଟ୍‌।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାଜୁକୁ ଭଲ ଭାବେ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଚୁଲାରେ ଅଳ୍ପ ଆଞ୍ଚରେ ଏକ ପ୍ୟାନ୍‌ ବସାଇ ଚିନି ଏବଂ ପାଣି ପକାଇ ଫୁଟାନ୍ତୁ। ଚିନିରୁ ଭଲ ଭାବେ ଗାଢ ସିରା ପ୍ରସ୍ତୁତ କରନ୍ତୁ। ଦୁଇବୁନ୍ଦା ସିରା ଏକ ପ୍ଲେଟ୍‌ରେ କାଢି ଥଣ୍ଡା କରି ଦୁଇ ଅଙ୍ଗୁଳିରେ ଟାଣି ଦେଖନ୍ତୁ ଯଦି ଏକ ସୂତା ତିଆରି ହେଉଛି ତେବେ ଚୁଲା ବନ୍ଦ କରି ଦିଅନ୍ତୁ। ଏଥିରେ ଗୁଣ୍ଡ କାଜୁ ପକାଇ ଭଲ ଭାବେ ୪-୫ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ଏକ ବହଳ ପେଷ୍ଟ ପ୍ରସ୍ତୁତ ହୋଇଯିବ। ଏହାକୁ ଅଳ୍ପ ଥଣ୍ଡା କରିବା ପରେ ହାତରେ ଘିଅ ଲଗାଇ ଏହାକୁ ଭଲ ଭାବେ ଚକଟନ୍ତୁ। ବର୍ତ୍ତମାନ ଏକ ପ୍ଲେଟ୍‌ରେ ବଟର ପେପର ରଖି ଏହି ଚକଟାକୁ ରଖନ୍ତୁ। ଧୀରେ ଧୀରେ ମୋଟା କରି ବେଲି ଦିଅନ୍ତୁ। ଚକୋଲେଟ୍‌କୁ ଏକ ପାତ୍ରରେ ଗରମ କରି ତରଳାନ୍ତୁ। ଏହାକୁ ବେଲା ଯାଇଥିବା କାଜୁ ଉପରେ ଢାଳି ଧୀରେ ଧୀରେ ଚାରିଆଡ଼େ ସମାନ ଭାବେ ଲଗାନ୍ତୁ। ଏହାକୁ ଥଣ୍ଡା କରିବା ଫ୍ରିଜ୍‌ରେ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଚକୋଲେଟ୍‌ ସେଟ୍‌ ହୋଇଗଲେ ଏହାକୁ କାଢି ବିଭିନ୍ନ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ କାଜୁ କଟ୍‌ଲୀ, ଏହାକୁ ଖାଇବାର ମଜା ନିଅନ୍ତୁ।