ଅଢ଼େଇ ମାସର ଶିଶୁକୁ ଖୁଆଇଦେଲେ ଚକୋଲେଟ: ହସ୍ପିଟାଲରେ ପହଞ୍ଚିବା ବେଳକୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୩୧।୭: ଅଢ଼େଇ ମାସର ଶିଶୁ ତଣ୍ଟିରେ ଚକୋଲେଟ ଲାଖିଯିବାରୁ ତା’ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡାରେ।
ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଘରର ଅନ୍ୟ ଜଣେ ଛୋଟ ପିଲା ଚକୋଲେଟ ଖାଉଥିବା ବେଳେ ଉକ୍ତ ଶିଶୁ ପାଟିରେ ଏକ ଚକୋଲେଟ ପୁରାଇ ଦେଇଥିଲେ। ଯାହାକି ଶିଶୁର ତଣ୍ଟିରେ ଲାଖିଯାଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରୁ ଶିଶୁକୁ ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା। ଏଥିପାଇଁ ପରିବାର ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରାଗଲା। ଅନେକ ସମୟ ଅପେକ୍ଷ ପରେ ମଧ୍ୟ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ତେଣୁ ପରିବାର ଲୋକେ ଶିଶୁକୁ ଅଟୋରେ ଡାକ୍ତରଖାନା ନିଆଗଲା। ମାତ୍ର ସେଠାରେ ପହଞ୍ଚିଲା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।

Share