ଭୁବନେଶ୍ୱର,୨୨।୮(ଅସମାପିକା ସାହୁ):ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଏମ୍ବିବିଏସ୍/ବିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ଚଏସ୍ ଫିଲିଙ୍ଗ ଆରମ୍ଭ ହୋଇଛି। ୨୬ ତାରିଖରେ ପ୍ରୋଭିଜନାଲ ଆଲଟ୍ମେଣ୍ଟ ଏବଂ ୨୮ରେ ଚୂଡ଼ାନ୍ତ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ସେପ୍ଟେମ୍ବର ୨ରୁ ୪ ତାରିଖ ମଧ୍ୟରେ ନାମ ଲେଖାଇବେ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ୪୫୨ଟି ସିଟ୍ ବଳକା ପଡ଼ିଥିଲା। ଏହାକୁ ପୂରଣ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଗତ ୧୧ ତାରିଖରୁ ନାମ ପଞ୍ଜୀକରଣ ହୋଇଥିଲା। ବଳକା ପଡ଼ିଥିବା ଖାଲି ସିଟ୍ ମଧ୍ୟର ବିବି ଏମ୍ସିଏଚ୍, ବଲାଙ୍ଗିରରେ ୪, ହାଇଟେକ ଡେଣ୍ଟାଲ କଲେଜ, ଭୁବନେଶ୍ୱରରେ ୯୭, ହାଇଟେକ ଏମ୍ସିଏଚ୍, ଭୁବନେଶ୍ୱରରେ ୫୨, ଏମ୍କେସିଜି ଏମ୍ସିଏଚ୍ରେ ୨୪, ପିଆର୍ଏମ୍ ଏମ୍ସିଏଚ୍, ବାରିପଦାରେ ୮, ଏସ୍ସିବି ଡେଣ୍ଟାଲ କଲେଜ ୨୭, ଏସ୍ସିବି ଏମ୍ସିଏଚ୍ରେ ୮୮, ଏସ୍ଏଲଏନ୍ ଏମ୍ସିଏଚ୍, କୋରାପୁଟ ୧୦, ଭିମ୍ସାରରେ ୧୬, ହାଇଟେକ୍ ଏମ୍ସିଏଚ୍, ରାଉରକେଲାରେ ୫୧, ଏସ୍ଜେଏମ୍ସିଏଚ୍, ପୁରୀରେ ୩, ଜିଏମ୍ସିଏଚ, କେନ୍ଦୁଝର ୬, ଜିଏମ୍ସିଏଚ୍ ସୁନ୍ଦରଗଡ଼ରେ ୯, ଭବାନୀପାଟଣା ସରକାରୀ ମେଡିକାଲ କଲେଜରେ ୪ଟି ଏବଂ ଡ୍ରିମ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ସାଇନ୍ସ ଏବଂ ହସ୍ପିଟାଲରେ ୪୩ଟି ସିଟ୍ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଏଫ୍ଏମ୍ ଏମ୍ସିଏଚ୍ ଓ ବାଲେଶ୍ୱରରେ ସବୁ ସିଟ୍ ପୂରଣ ହୋଇଥିବା ଜଣାପଡ଼ିଛି।