ନୂଆପଡା ଅଫିସ,୨୬।୭: ରାୟଗଡା କାଶୀପୁର ପରେ ନୂଆପଡା ଜିଲାରେ ଆତଙ୍କ ଖେଳାଇଲାଣି କଲେରା। କୋମନା ବ୍ଲକ ଜଟଗଡ ଗ୍ରାମରେ କଲେରାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ, ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା କୁହାଯାଉଛି। ସୂଚନାନୁସାରେ, ଗତ କିଛି ଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ କଲେରା ବ୍ୟାପୁଥିବା ଦେଖିବାକୁ ମିଳିଛି। ଏପରିକି ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ ।