ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ କୋଲେଷ୍ଟରଲକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ରହିଛି। ତାହା କ’ଣ ଜାଣନ୍ତି ? ଟମାଟୋ ଖାଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହିଥାଏ ବୋଲି ୟୁନିଭର୍ସିଟି ଅଫ ସିଡ୍ନୀର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ଟମାଟୋରେ ‘ଲାଇକୋପେନ୍’ ନାମକ ଏକ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଜଣେ ହୃଦ୍ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ।