ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟୁଛନ୍ତି କି? ହୋଇଯାନ୍ତୁ ସାବଧାନ

ପରିବା କାଟିବା ପାଇଁ ଅଧିକାଂଶ ଗୃହିଣୀ ଘରେ ପ୍ଲାଷ୍ଟିକ୍‌ ଚପିଂ ବୋର୍ଡ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଖରାପ।

ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ। ବାରମ୍ବାର ଛୁରିରେ କାଟିବା ଫଳରେ ଏଥିରେ ହୋଇଥିବା ଦାଗ ସ୍ଥାନରେ ବ୍ୟାକ୍ଟେରିଆ ହେବାର ଆଶଙ୍କା ରହିଥାଏ। ପ୍ଲାଷ୍ଟିକ୍‌ ବିଘଟିତ ହୋଇ ନଷ୍ଟହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ। ତେଣୁ ଶରୀରକୁ ଯାଉଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ନଷ୍ଟ ନ ହୋଇ ରକ୍ତରେ ମିଶିଯାଏ, ଯାହା ବହୁ ସମସ୍ୟା ସୃଷ୍ଟି କରିଥାଏ। କାଠର ବୋର୍ଡ ମଧ୍ୟ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ଚପିଂ ବୋର୍ଡ ବ୍ୟବହାର ଫଳରେ କିଭଳି ସମସ୍ୟା ଆସିପାରେ ଆସନ୍ତୁ ଜାଣିବା।
ଚପିଂ ବୋର୍ଡ ମାଧ୍ୟମରେ ଶରୀରକୁ ପ୍ଲାଷ୍ଟିକ୍‌ କଣିକା ଯିବା ଫଳରେ ଧୀରେ ଧୀରେ ଇମ୍ୟୁନ ସିଷ୍ଟମ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। କିଛିଦିନ ପରେ ଇମ୍ୟୁନିଟି କମ୍‌ ହୋଇଯାଏ ଓ ସଂକ୍ରମଣ ହେବା ଆଶଙ୍କା ବଢ଼ିଯାଏ।
ଚପିଂ ବୋର୍ଡରେ ଥିବା ବ୍ୟାକ୍ଟେରିଆ କାରଣରୁ ପେଟ ଦଗଜ ସମସ୍ୟା ଦେଖା ଦେଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଏହା ବହୁ ସମସ୍ୟା ସୃଷ୍ଟି କରିଥାଏ।
ବେଳେବେଳେ ବାନ୍ତି କିମ୍ବା ଡାଇରିଆ ଭଳି ସମସ୍ୟା ମଧ୍ୟ ଏଥିପାଇଁ ସୃଷ୍ଟି ହୋଇଥାଏ। ତେଣୁ ଏଭଳି କ୍ଷେତ୍ରରେ ତୁରନ୍ତ ଚପିଂ ବୋର୍ଡ ବ୍ୟବହାର ବନ୍ଦ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri