ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…

କୋରିଓଗ୍ରାଫର୍‌ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍‌ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଜଣେ ଫିଜିଓଥେରାଫିଷ୍ଟ ଭାବେ କାର୍ଯ୍ୟ କରନ୍ତି। ପ୍ରଭୁଦେବା ପିଠି ଯନ୍ତ୍ରଣାର ଚିକିତ୍ସା ପାଇଁ ଯାଇଥିବାବେଳେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିଛିଦିନ ପରସ୍ପର ଡେଟ୍‌ କରିବା ପରେ ବିବାହ କରିଥିଲେ। ଗତ ସପ୍ତାହରେ ଖବର ଆସିଥିଲା ପ୍ରଭୁଦେବା ଭାଣିଜୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ତାଙ୍କର ଭାଣିଜୀ ନାହିଁ ବୋଲି ଜଣାପଡିଛି। ୧୯୯୫ରେ ପ୍ରଭୁଦେବା ରାମଲଲାଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ଅଛି। ୨୦୦୮ରେ ତାଙ୍କ ବଡ ପୁଅ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ୨୦୧୧ରେ ପ୍ରଭୁଦେବା ରାମଲଲାଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ ନୟନତାରାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।

Share