Categories: ଜାତୀୟ

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ବାପା ମା’ ଘରୁକୁ ଫେରିବା ପରେ ପ୍ରଥମେ ମୃତଦେହ ଦେଖିଥିଲେ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

୪୨ ବର୍ଷୀୟ ଓ୍ବାଟକିନ୍ସ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏଥିଯୋଗୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଉଛି। କିନ୍ତୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳି ନାହିଁ।

ପ୍ରାଥମିକ ତଦନ୍ତରୁ ଓ୍ବାଟକିନ୍ସ ଘଟଣା ସମୟରେ ଘରେ ଏକା ଥିଲେ। ତାଙ୍କ ବାପା ମା’ ମେଡିସିନ କିଣିବା ପାଇଁ ବଜାରକୁ ଯାଇଥିଲେ। ସେମାନେ ଫେରିଲା ପରେ ଟୁଲନ୍ତା ଅବସ୍ଥାରେ ପୁଅର ମୃତହେଦ ଦେଖିବା ପରେ ସେମାନେ ପୋଲିସ ସୂଚନା ଦେବା ସହ ଓ୍ବାଟକିନ୍ସକୁ ସ୍ଥାନୀୟ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share