Categories: ଫୁରସତ

Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍‌

ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଚୋରଜଣଙ୍କ ମହିଳା ହୋଇଥିବା ବେଳେ ସେ ଏଭଳି ଢ଼ଙ୍ଗରେ ଚୋରି କରିଛନ୍ତି ଦେଖି ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଚକିତ ହୋଇଯାଉଛନ୍ତି।
ଭାଇରାଲ ଭିଡିଓରେ ଜଣେ ମହିଳା ଗ୍ରୋସରୀ ଦୋକାନରେ କିଣାକିଣି ଲାଗି ପହଞ୍ଚିଥିଲେ। ହେଲେ କିଛି ସମୟ ପରେ ସେ କିଣାକିଣି ନ କରି ବାହାରି ଯିବାକୁ ଉଦ୍ୟତ ହୋଇଥିଲେ। ହେଲେ ସୁରକ୍ଷାକର୍ମୀଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ସେ ମହିଳାଙ୍କୁ ତୁରନ୍ତ ରୋକିବା ସହ ସିକ୍ୟୁରିଟି ରୁମ୍‌କୁ ନେଇଥିଲେ। ସେଠାରେ ତାଙ୍କର ଯାଞ୍ଚ କରାଯାଇଥିଲା। ପରେ ଯାହା ଘଟିଥିଲା ତାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ସେ ନିଜର ଡ୍ରେସ୍‌କୁ ଏଭଳି ଡିଜାଇନ୍‌ କରିଥିଲେ ଯେ ସେଥିରେ ହଜାର ହଜାର ଟଙ୍କାର ସାମଗ୍ରୀ ଆରାମରେ ଲୁଚାଇ ରଖିପାରିଥିଲେ।
ଭିିଡିଓରେ ଦେଖିବେ ମହିଳାଜଣଙ୍କ ନିଜର ପୋଷାକ ଭିତରୁ ସାମଗ୍ରୀ ବାହାର କରୁଛନ୍ତି। ଏତେ ସାମଗ୍ରୀ ବାହାରୁଛି ଯେ ଆଖି ଖୋସି ହୋଇ ଯାଉଛି। ଏବେ ଏହି ଭିଡିଓରେ ବ୍ୟବହାରକାରୀ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
ଦେଖନ୍ତୁ ଭିଡିଓ:
Share