ଗେଲ୍‌ଙ୍କୁ ଜରିମାନା

ଆବୁଧାବି: ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଏଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ କିଙ୍ଗ୍ସ ଇଲେଭେନ ପଞ୍ଜାବ ମ୍ୟାଚରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣବିଧି ଉଲ୍ଲଂଘନ କରିଥିଲେ। ଆଇପିଏଲ୍‌ ପକ୍ଷରୁ କିନ୍ତୁ ଦଣ୍ଡବିଧାନର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଶୁକ୍ରବାର ରାତିରେ ଶେଖ ଜାୟେଦ ଷ୍ଟାଡିୟମରେ ୯୯ରନ କରି ଆଉଟ ହେବା ପରେ ଜାମାଇକାର ଏହି କ୍ରିକେଟର ବିରକ୍ତି ପ୍ରକାଶ କରି ତାଙ୍କ ବ୍ୟାଟ୍‌କୁ ଫିଙ୍ଗି ଦେଇଥବାରୁ ତାଙ୍କୁ ଜରିମାନା କରାଯାଇଥିବା କୁହାଯାଉଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବ୍ୟାଟ୍ସମ୍ୟାନ ତାଙ୍କ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ ଦଣ୍ଡକୁ ଗ୍ରହଣ କରିଛନ୍ତି। ୪୧ ବର୍ଷୀୟ ଗେଲ୍‌ ଏହି ମ୍ୟାଚରେ ୮ ଛକା ଓ ୬ ଚୌକା ଲଗାଇଥିଲେ। ମାତ୍ର ଏକ ରନ ପାଇଁ ସେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ ମଧ୍ୟ ଟି୨୦ କ୍ରିକେଟରେ ୧୦୦୦ ଛକା ମାରିବାରେ ପ୍ରଥମ ଖେଳାଳି ବିବଚେିତ ହୋଇପାରିଛନ୍ତି।

Share