ଦୁବାଇ,୨।୧: ୟୁନିଭର୍ସ ବସ୍ ନାମରେ ଖ୍ୟାତ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍ କ୍ରିସ୍ ଗେଲ କ୍ରିକେଟରୁ ସନ୍ୟାସ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏବେ ସନ୍ୟାସ ନେବା କଥା ଚିନ୍ତା କରିନାହିଁ। ମୋ ପାଖରେ ଆହୁରି ୫ ବର୍ଷ ଥିବା ଭଳି ଲାଗୁଛି। ଏଣୁ ୪୫ ବର୍ଷ ପର୍ଯ୍ୟନ୍ତ ସନ୍ୟାସ ନେବାର ଯୋଜନା ନାହିଁ। ଏହି ସମୟରେ ଦୁଇଟି ବିଶ୍ୱକପ୍ରେ ଖେଳିବାର ମଧ୍ୟ ଅଛି ବୋଲି ସେ କହିଛନ୍ତି।
ଗେଲ୍ ଏବେ ଦୁବାଇରେ ୟୂକେସିରେ ବ୍ୟସ୍ତ ଅଛନ୍ତି। ତାଙ୍କ ସହ ଯୁବରାଜ ସିଂହ, ରଶିଦ ଖାନ, ଇୟୋନ ମୋର୍ଗାନ, କେଭିନ ପିଟରସେନ ପ୍ରମୁଖ ରହିଛନ୍ତି। କ୍ରିକେଟର ଏହି ନୂଆ ଫର୍ମାଟରେ ୧୫ଟି ବଲ୍ ଖେଳାଯାଉଛି।
ପ୍ରକାଶ ଯେ, ଆଇପିଏଲ୍ର ୧୩ତମ ସିଜନରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ଅଧିନାୟକ ଥିଲେ ଗେଲ୍। ଏହି ସମୟରେ ନିଜର ଦମ୍ଦାର ପ୍ରଦର୍ଶନ କରି ୭ ପାଳିରେ ୪୧.୧୪% ହାରରେ ୨୮୮ ରନ୍ କରିଥିଲେ। ଏବେ ବି ତାଙ୍କର ପ୍ରଭାବଶାଳୀ ବ୍ୟାଟିଂ ଜାରି ରହିଛି। ତେଣୁ ତାଙ୍କ ପାଇଁ ବୟସ କେବଳ ଏକ ନମ୍ବର ବୋଲି କୁହାଯାଉଛି।